ଖିଆଲି ଋତୁ
ଖିଆଲି ଋତୁ
ହଁ,ସତରେ ତ ଇନ୍ଦ୍ରଧନୁ
ଏ ମେଘକୁ ଦେଖିଲେ ଇଚ୍ଛା ହୁଏ ଖାଲି,
ଖାସ୍ କିଛି ଲେଖିବାକୁ,
କବିତା ଏ ଅନାବନା,କିଛି କଥା,ନଥା,
କାହାଣୀ ଭିତରେ ଆନମନା ସ୍ବପ୍ନ,
ମୋ ଭାବନାକୁ ଯୋଡିବାକୁ,
ମୋ ଭିତରେ ମୁଁ, ଥାଏ କି ନ ଥାଏ,
ବାରମ୍ବାର,ତୋ ସ୍ମୃତିରେ ବଂଚିବାକୁ,
ହଁ,ପଚାରେ ମୁଁ ମୋ ନିଜକୁ,
ମନର କଳ୍ପନାକୁ,ହୃଦୟ ସ୍ପନ୍ଦନକୁ,
ଆଉ ସତ ତ କହୁଛି,ମିଛ ଜମା ନୁହେଁ,
ମୁଁ ଖୋଜୁଛି ତୋ' ଶ୍ରାବଣକୁ
ସତରେ,ଅଳପ ଧନକୁ ବିକଳ ଏ ମନ,
ତଥାପି ଭଲପାଏ ଜୀବନର କବିତାକୁ,
ସତରେ ଏ ମେଘ ଭିତରେ ତୁ
ଅବା ମେଘ ପାଇଁ ତୁ,ଏ କଥା
ଭାବୁଛି,ହଜାଇ ମୁଁ ମୋ ନିଜକୁ!
ହସୁ ଥା ତୁ ଇନ୍ଦ୍ରଧନୁ,
ପୁନେଇଁ ଆସୁଛି, ପାର୍ବଣ ହସୁଚି,
ତୋ ରଂଗରେ ଭିଜିବାକୁ,
ତୋ ଆଶାର ଆଶ୍ୱିନ,ଭରସା ଶ୍ରାବଣ,
ଖୋଜେ ଜୀବନର ମାନ ବିନ୍ଦୁ
ତୁ ହସିଲେ ହସେ,ଏ ପାର୍ବଣ ମହକ,
ତୋ ଛୁଆଁରେ ଛୁଏଁ ରଙ୍ଗୀନ ଚମକ,
ସତରେ,ନୀଳ ଆକାଶର ଇନ୍ଦୁ,
ତୋ ଦେହେ ଶିଶିର ବିନ୍ଦୁ,
ସେ ଶିଶିର ସାଜୁଛି ମୋତିର ଝଲକ,
ପରାଣ ମାଗୁଛି ଜ୍ୟୋତିର ଦ୍ୟୋତକ,
ସ୍ମୃତି ତୋରଣ ସେ ତୋଳିବାକୁ,
ହଁ, ହସ ତୋ ପୁନେଇଁ ଜହ୍ନ,
ତୁ ହସିଲେ ହସେ,ତୁ ରୁସିଲେ ରୁସେ,
ଋତୁ ଖିଆଲିର ଅପେକ୍ଷାକୁ,
ଏ ଋତୁ ଵି ଶରତ, ଜୀବନ ପ୍ରବାହ,
ସତରେ,ସମ୍ଭାବନା ଏ ପାର୍ବଣକୁ!