Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics Inspirational

3  

Jagannath Barik

Classics Inspirational

କହିବାକୁ ଲାଗେ ଲାଜ

କହିବାକୁ ଲାଗେ ଲାଜ

1 min
311


ପ୍ରିୟ ସଜନୀ, କହିବାକୁ ଲାଗେ ଲାଜ ଲୋ 

ପାରା ଛୁଆଟିର ପର ଲାଗୁ ଲାଗୁ

 ଭାବୁଛି ନିଜକୁ ବାଜ ଲୋ, ପ୍ରିୟ ସଜନୀ(ଘୋଷା )


ମାଟିମାର୍ଜାରଟା ଛାତି ଫୁଲାଉଛି

    ହେବାପାଇଁ ଅହିରାଜ

ମୟୂର ହେବାକୁ ମନେ ବିଚାରିକି

 କୁକୁଟ ଟେକୁଛି ଲାଞ୍ଜ ଲୋ,ପ୍ରିୟ ସଜନୀ ।


ବାମନ ହୋଇକି ଗଗନର ଶଶୀ

     ହାତେ ଧରିବାକୁ ସଜ

ନଖ ବାଳ ରଖି ଭାଲୁ ବିଚାରୁଛି

    ହୋଇଯିବ ଯତିରାଜ ଲୋ, ପ୍ରିୟ ସଜନୀ ।


ଛେଳି ଜଗା ପିଲା ନୋଳି ପିନ୍ଧିଲେଣି

    ଗାୟକକୁ ସଜବାଜ

ବଚ ଖାଇ ପେଚା କଣ୍ଠ ସଜାଉଛି

    ପିକ ବଜାଇବ ଝାଞ୍ଜ ଲୋ ପ୍ରିୟ ସଜନୀ ।


ତୁଳସୀ ପାଖରେ ଖଡ଼ା ଗଛ ଥାଇ

    ଭାବୁଛି ହୋଇବ ପୂଜ୍ୟ

ଭାଷେ ଜଗନ୍ନାଥ ଖଦ୍ୟୋତ ଚେଷ୍ଟିତ

    ହେବାପାଇଁ ଦିନରାଜ ଲୋ, ପ୍ରିୟ ସଜନୀ ।



Rate this content
Log in

Similar oriya poem from Classics