କିଛି ଅକୁହା
କିଛି ଅକୁହା
ହୃଦୟ କୁ ଆନ୍ଦୋଳିତ କରେ
ନା କହି ହୁଏ ନା ସହି ହୁଏ
ଏମିତି କି ବିବଶତା ଥାଏ କେଜାଣି
ଜୀବନ ସାରା ଦହନ କୁ ଆପଣାଇବା
ସତେ କିବା ଲେଖା ଥାଏ ଭାଗ୍ୟେ
କିଛି ଅକୁହା କଥା,
କେବେ କେବେ ବନ ରେ ଲାଗିଥିବା ନିଆଁ
ସେଇଠି ପାଉଁଶ ରେ ହୁଏ ପରିଣତ
କେବେ ବନ ରେ ଫୁଟି ଥିବା ମଲ୍ଲୀ
କୋଉଠି ବାଣ୍ଟି ଦିଏ ତାର ସୁରଭି ?
ପରିଚୟ ବାଣ୍ଟିବା ପୂର୍ବ ରୁ
ହରାଇ ଥାଏ ତାର ଅସ୍ତିତ୍ବ
ମନ ତଳେ ସୁପ୍ତ ଆଶା
ଗଜେଇବା ପୂର୍ବ ରୁ
ଆହବ ର ଧିକ୍କାର ରେ ଝରିପଡ଼େ ।
ଏହା ଯଦି ଚିରନ୍ତନ
ତାକୁ ଆପଣେଇବା ବାଧ୍ୟ ବାଧକତା
ସେଇ ଅକୁହା କଥା କୁ
ବିବସତା ରେ ମାନି ନେବା ପାଇଁ
ଛାତି କୁ ପଥର କରି ଦେବା ହିଁ ଶ୍ରେୟ
ତା ଛଡା ଆଉ ନାହିଁ କିଛି
ଏ ଦୁନିଆ ର କୋଣେ ଅନୁକୋଣେ, ।