କରୋନା ରୋଗର ପାଲା
କରୋନା ରୋଗର ପାଲା
ଭାଇ ଚାଲଛିରେ ବିଶ୍ବ ଦରବାରେ
କରୋନା ରୋଗର ପାଲା
କରୋନା ରୋଗକୁ ଦୂରୁ ଜୁହାରିକି
ଘରରେ ରହିବା ହେଲା
ମୁଖରେ ମାସ୍କକୁ ପିନ୍ଧିକି ସହଜେ
ସଙ୍ଗର ରୋଧକୁ ମଣ
ପ୍ରଶାସନ କଥା କାନକୁ ଦେବାଟି
ଛାଡ଼ିବା ବୁଲିବା ଗୁଣ
ଶୃଙ୍ଖଳାକୁ ଜମା ଭାଙ୍ଗିବାନି କେହି
ଚାଲିଛି ପୋଲିସ୍ ହାଲ୍ଲା
ବାଟ ହାଟ ଯେତେ ସମୂହ ଜାଗାକୁ
ସଫେଇ ରଖିବା ଧ୍ୟାନ
ସଫେଇ କର୍ମୀଙ୍କୁ ଉତ୍ସାହିତ କରି
ବୁଝିବା ତାଙ୍କରି ମନ
ମଇଳା ରହିଲେ ରୋଗଟା ବଢ଼ିବ
ଖବର କିଏସେ ମଲା
ଡାକ୍ତରବାବୁଙ୍କ ପରାମର୍ଶ ନେଇ
ରୋଗକୁ ପାରିବା ତଡ଼ି
ସାବୁନ୍ ପାଣିରେ ହାତକୁ ଧୋଇବା
ସତରେ ଘଡ଼ିକୁ ଘଡ଼ି
ଦିନ ରାତି ଏକ ସେବକ ମଣିଷେ
ପ୍ରଶଂସା ରଖିବା ଭଲା