Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

କୃପା କର ବୀର

କୃପା କର ବୀର

1 min
112



ତ୍ରିପୁର ବିଜୟୀ ରାକ୍ଷସ ରାବଣ

କୋପେ ହୋଇ ଜରଜର 

ଆଦେଶିଲା ଯାଅ ବୀର ଇନ୍ଦ୍ରଜିତ 

ଭୀଷଣ କର ସମର ।


ଆଜ୍ଞା ପରମାଣେ ରଚିଲା ସେ ମାୟା 

କଳ ବଳ କଉଶଳ

ନିକ୍ଷେପିଲା ଦୁଷ୍ଟ ଲକ୍ଷ୍ମଣ ବୀରଙ୍କୁ

ଶକ୍ତିଭେଦ ତୀକ୍ଷ୍ଣ ଶର ।


ଫେରିଲାନି ସଂଜ୍ଞା ମୂର୍ଚ୍ଛିତ ଲକ୍ଷ୍ମଣ 

ବିଚଳିତ ହେଲେ ରାମ

ପରାମର୍ଶ ଦେଲେ ବନ୍ଧୁ ବିଭୀଷଣ 

ଡାକନ୍ତୁ ବୈଦ୍ୟ ସୁଷେଣ ।


ଆଜ୍ଞା ନେଇ ଶିଘ୍ର ଲଙ୍କା କଟକକୁ

ଚଳିଗଲେ ହନୁମାନ 

ଦେଖିଲେ ସୁଷେଣ ଆପଣା ପୁରରେ

ରହିଛନ୍ତି ବିଦ୍ୟମାନ ।


ନିବେଦନ କରି ଜଣାଇଲେ ତାଙ୍କୁ

ସମର କ୍ଷେତ୍ର ବୃତ୍ତାନ୍ତ 

ଉପଚାର ଶିଘ୍ର ନହେଲେ ଲକ୍ଷ୍ମଣ 

ହୋଇ ପାରିବେନି ସୁସ୍ଥ ।


ରାଜବୈଦ୍ୟ ବୋଲି ଯେହେତୁ ରାଜନ

କରିଛନ୍ତି ନିୟୋଜନ

ରାଜ ଆଜ୍ଞା ବିନା ନ ପାରିବେ ଯାଇ

ଉତ୍ତର ଦେଲେ ସୁଷେଣ ।


ସ୍ମରି ରାମ ନାମ ବୀର ହନୁମାନ 

ସଦନକୁ ବଳ କଷି

ଉତ୍ପାଟନ କରି ଘେନିଗଲେ ସଙ୍ଗେ

ସୁଷେଣ ବି ଥିଲେ ବସି ।


ଯେଣୁ ବୈଦ୍ୟରାଜ ଭଗବାନ ସମ

ଅଟନ୍ତି ଦିବ୍ୟ ସ୍ୱରୂପ

ରୋଗୀ ଉପଚାର କରିବା କର୍ତ୍ତବ୍ୟ 

ନତୁବା ଅର୍ଜିବେ ପାପ ।


ସୁଜ୍ଞାନୀ ସୁଷେଣ ବଡ ବୁଦ୍ଧିମାନ 

କଲେ ପରୀକ୍ଷା ନିରୀକ୍ଷା

କହିଲେ ଔଷଧି ମୃତ ସଞ୍ଜିବନୀ

ପ୍ରାଣ କରିପାରେ ରକ୍ଷା ।


ଆଗାମୀ କାଲିର ପ୍ରଭାତ ପୂର୍ବରୁ

ସୁଦୂର ହିମାଳୟରୁ

ଖୋଜି ଆଣି କିଏ ଦେଲେ ହିଁ ଲକ୍ଷ୍ମଣ 

ବଞ୍ଚିବେ ମୃତ୍ୟୁ ମୁଖରୁ ।


ଚଳିଲେ ତୁରନ୍ତ ବୀର ହନୁମାନ 

ନ କରି ହେଳେ ବିଳମ୍ବ

ଉତ୍ପାଟନ କରି ଆଣିଲେ ଔଷଧି

ପର୍ବତ ଗନ୍ଧମାର୍ଦ୍ଦନ ।


ସଦା ଉଜାଗର ଜୟ ହନୁମାନ 

ପ୍ରଭୁ ଶ୍ରୀରାମଙ୍କ ଭକ୍ତ 

କୃପା କର ବୀର ଅବୋଧ ଅଜ୍ଞାନ 

ହେଉ ସ୍ୱକର୍ତ୍ତବ୍ୟନିଷ୍ଠ ।

  



Rate this content
Log in

Similar oriya poem from Inspirational