କ୍ୟାନ୍ସର
କ୍ୟାନ୍ସର
ବାଜେ ଚିନ୍ତା
ମଣିଷ ପାଇଁ ଅତି ଘାତକ
ନିଜ ସହ ଅନ୍ୟର
ଅକଳନ କ୍ଷତି ଘଟାଏ।
ଏଣୁ ତେଣୁ ଖରାପ ଚିନ୍ତା
ଚାଲିବାର ରାସ୍ତାକୁ
ହଜାଇ ଦିଏ
ବଞ୍ଚିବା ଶାନ୍ତି
ଛଡାଇ ନିଏ।
ହିଁନ ବୁଦ୍ଧି ଦେଇ
ସଂକୀର୍ଣ୍ଣ ମନା କରେ
ହସିବା ମନେ ପଡେ ନାହିଁ
ଅନ୍ୟର ଅହିତ କରୁ କରୁ
ନିଜେ ସେଇ ଖାତରେ ପଡେ।
ବ୍ୟଥା ବେଦନା ସାଙ୍ଗ ହୁଅନ୍ତି
ନିଃସଙ୍ଗ ହୋଇ
ଅଶାନ୍ତି କିଣି ଠୁଳ ହୁଏ
ରାଗ,ହିଂସା "କ୍ୟାନ୍ସର" ପରି
ବିବେକ ଖାଇ ନଷ୍ଟ କରି ଦିଅନ୍ତି।