Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଲକ୍ଷ୍ମୀଙ୍କ ବିରୁଦ୍ଧରେ ମନ୍ତ୍ରଣା

ଲକ୍ଷ୍ମୀଙ୍କ ବିରୁଦ୍ଧରେ ମନ୍ତ୍ରଣା

1 min
110


ଶ୍ରୀକ୍ଷେତ୍ରରେ ଏବେ ଲୀଳା ଚାଲିଅଛି 

ପ୍ରଭୁଙ୍କର ଅଣସର l

କାଳିଆ ଶୋଇଛି କବାଟ କିଳିକି 

ଆସିଅଛି ଭାଲୁ ଜର ll


ଲକ୍ଷ୍ମୀ ମାଆଙ୍କର ହୋଇଅଛି ଏବେ 

ଗ୍ରୀଷମରେ ଗ୍ରୀଷ୍ମ ଛୁଟି l

ଷାଠିଏ ପଉଟି ଅନ୍ନ ରାନ୍ଧଣାରୁ 

ମିଳିଅଛି ଅବ୍ୟାହତି ll


ମହାଲକ୍ଷ୍ମୀ ଦିନ ଆନନ୍ଦେ କାଟନ୍ତି 

ରୋଷରେ ନ ଜଳେ ଚୁଲି l 

ଦିନ ହରୁଥାନ୍ତି ବିମଳାଙ୍କ ସଙ୍ଗେ 

ଖେଳି ଲୁଡୁ ପଶା ପାଲି ll


ସାଥ ଦେଉଥାନ୍ତି ମାଆ ସରସ୍ବତୀ 

କେବେ କେବେ ବେଢ଼ାକାଳି l

ଖେଳର ହିସାବ ଗଣେଶ ରଖନ୍ତି 

ପୋଥି ବଟମୂଳେ ଖୋଲି ll


ଅଣସରେ ବସି କପଟି କାଳିଆ 

କରୁଅଛି କଳପନା l

ବଳିଆ ଭାଈର ସଙ୍ଗତେ ସୁଭଦ୍ରା 

ଚାଲିଛି ଗୁପ୍ତ ମନ୍ତ୍ରଣା ll


ଶୁଣ ବଡ଼ ଭାଈ ଶୁଣ ଲୋ ସୁଭଦ୍ରେ

ମୋହର ଭଉଣୀ ଗେହ୍ଲି l

ଅଣସରୁ ଆମ୍ଭେ ବାହାରି ଚାଲିବା 

ମାଉସୀମା ଘର ବୁଲି ll


ଭାଉଜକୁ ତୋର ସଙ୍ଗେ ନେବାନାହିଁ 

ଭକ୍ତେ ଦେବେ ଭାରି ଗାଳି l

କଳିହୁଡ଼ି ସେଟା ଭାରି ଅସୁନ୍ଦରି 

ଟେରି ବେଢ଼ାଦାନ୍ତି କାଳି ll


ପେଚାଟିଏ ବସି ଗମ୍ଭୀରା ଗୁମୁଟେ 

କାଳିଆ କଥା ଶୁଣିଲା l

ମାଆଙ୍କ ପାଶରେ ବଖାଣି ବସିଲା 

ପ୍ରଭୁଙ୍କ କପଟ ଲୀଳା ll


ଲକ୍ଷ୍ମୀ ଠାକୁରାଣୀ ଜଗତ ଜନନୀ 

କୋପ କଲେ କ୍ଷଣ କୋପା l

କାଳିଆ ତୋହର କଛାକୁ ଖୋଲିବି 

ରଖିବ ତୋ କେଉଁ ବୋପା ll


ଧନ୍ୟ ମହାପ୍ରଭୁ ଧନ୍ୟ ତୋର ଲୀଳା 

ଜଗତରେ ଦେଉ ଶିକ୍ଷା l

ଦାମ୍ପତ୍ୟ ଜୀବନ ହସ ରସ ଭରା 

ସ୍ନେହ ପ୍ରେମ ଓ ପ୍ରତୀକ୍ଷା ll



Rate this content
Log in

Similar oriya poem from Inspirational