ମା' ଆସିବେ ବୋଲି
ମା' ଆସିବେ ବୋଲି
(ଝଗଡ଼ି.......ମାତ୍ର ବୃତ୍ତେ)
କରିବେ ! ମା ଧରାବତରଣ
ଚାତକ ପରି ଟି ପ୍ରତୀକ୍ଷା ଜାଣ ।।ପଦ।।.....(୦)
କଳାବାଡିଆ ଗାଁ ହେବ ଟି ଧନ୍ୟ
ଗଜଲକ୍ଷ୍ମୀ ହେବେ ଅବତରଣ
ହେଉଛି ସଜ୍ଜିତ ମଣ୍ଡପ ପୁଣ
କୋଣାର୍କ ସଂଘ ହେ ଅଛି ଯୋଡିଣ।। କରିବେ................(୧)
ବିଶ୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା
ସୁଉଚ୍ଚ ପଣ୍ଡପ ତା ସାଜସଜ୍ଜା
ମୃଣୟୀ ମୂର୍ତ୍ତିର ତୋରଣ ସଜ୍ଜା
ବାଜିବ ମହୁରୀ ମୃଦଙ୍ଗ ବାଜା।।
କରିବେ................(୨)
ମା' ଆସିବେବୋଲି କେତେଯେ ଖୁସି
ଆୟୋଜନେ ଛନ୍ତି ପ୍ରୀତି ମନାସି
ପୂଜନ ପଚାଶ ବର୍ଷରୁ ବେଶି
କୋଣାର୍କ ଯୁବକ ଆଗରେ ଆସି।।
କରିବେ.............(୩)
ଶରତ ଋତୁର ଆଶ୍ୱିନ ମାସ
କୁଆଁର ପୁନେଇ ତହିଁ ବିଶେଷ
ଶନିବାର ଦିନ ପୂଜା ଲକ୍ଷ୍ମୀଙ୍କ
କଲ୍ୟାଣ କରିବେ ଦେଶବାସୀଙ୍କ।।
କରିବେ.............(୪)
ବାଜିବ ଦୁନ୍ଦୁଭି ଦେବୀ ପୂଜନେ
ଶଙ୍ଖ ହୁଳହୁଳି ଭକ୍ତିର ସ୍ବନ୍ନେ
ଆବଆହନେ ନଈ କୁ ଯିବେ
ପବିତ୍ର ଘଟରେ ନୀର ଆଣିବେ।।
କରିବେ...............(୫)
ଗଜଲକ୍ଷ୍ମୀ ପୂଜା ଯେଉଁ ଦିନୁଁ ହେଲା
ଅଭାବ ଅନାଟନ ଯେ ଘୁଞ୍ଚିଲା
ଖୁସି ସମ୍ପନ୍ନ ଗାଆଁରେ ଦିଶିଲା
ଧନଦାତ୍ରୀ ଙ୍କ ନଜର ପଡିଲା।।
କରିବେ ............(୬)
କଳାବାଡିଆ ଗାଁ ଅତି ଚହଳ
ଲକ୍ଷ୍ମୀଙ୍କ ଭକ୍ତିରେ ଜନ ଆକୁଳ
ଭାଷା ସଂସ୍କୃତ ଓଡ଼ିଆ ଅଞ୍ଚଳ
କୋଣାର୍କ ସଂଘ ଯେ କେତେଚଞ୍ଚଳ।।
କରିବେ ............(୭)