ମୌସୁମୀ ବିଳାପ
ମୌସୁମୀ ବିଳାପ
ଏଥର ମୌସୁମୀ
ହଜିଗଲା କାହିଁ
ହଜିଗଲା ଆକାଶ
ଧରଣୀ ମିଳନ
ହଜିଗଲା ତମ
ନୟନ ଇସାରା
ହଜିଗଲା ଆମ
ପ୍ରେମ ବେଳାଭୂମି
ଘନ ଲଗନ l
ଝରୁନାହିଁ ଆଉ
ତମ ତନୁ ବାସ
ମୋ କୁଞ୍ଜବନ
ଫୁଲ ଦୋଳିରେ
ଝରୁନାହିଁ ତମ
ଜବା ଓଠ ଧାରୁ
ମୁକ୍ତା ନିନ୍ଦି ହସ
ମୋ କୁଞ୍ଜବନ
ପ୍ରେମ ତଟରେ l
ଭାଜିଯାଏ ଆମ
ସପନ ମହଲ
ଭାଜିଯାଏ ମିଠା
ନିଦ ମିଠା ରାତି
ମୌସୁମୀ ଆଜି
ସେଇ ଝିଅଟିଏ
ଯିଏ କଳା ପାଟ
ପିନ୍ଧି ରହିଛି
ଅଵଗୁଣ୍ଠନବତୀ l