ମେ ମାସର ଏକ ଖରାବେଳ
ମେ ମାସର ଏକ ଖରାବେଳ
ମେ ମାସ ଖରା ବେଳ
ଆମ ଗାଁ ବାଟରେ
ବରଗଛ ଟିଏ ଥିଲା
ଆମ ଗାଁ ମୁଣ୍ଡରେ
ଖରାବେଳେ ଲୋକଙ୍କର
ଯାତାୟାତ ସେ ପଥ
ପାଣି ଟିକେ ମିଳେ ନାହିଁ
ଲାଗୁଥାଏ ଟି କଷ୍ଟ
ନଡା କିଛି ନେଇ ଆମେ
ଚାଳିଆ ଟେ କରିଲୁ
ମାଠିଆ ଗିଲାସ ରଖି
ପାଣି କିଛି ଭରିଲୁ
ଶୋଷରେ ଶୁଖିଲେ ତଣ୍ଟି
ଦେଲୁ ପାଣି ବଢେଇ
ପାଣି ପିଇ ବାଟୋଇଟି
ଗଲେ ଗାଡି ଗଡେଇ
ପାଣି ବୋତଲ ଟେ ଦେଲୁ
ଗଲା ବେଳେ ହାତରେ
ଶୋଷ ତାଙ୍କ ଘୁଞ୍ଚିଗଲା
ଗଲେ ହସ ଖୁସିରେ
ଶୋଷିଲା କୁ ଜଳ ଟିକେ
ଖରା ବେଳେ ବାଣ୍ଟିଲୁ
ସମୟ ସଦୁପଯୋଗ
କରି ଆମେ ପାରିଲୁ ।