ମଗ୍ନ ମନ
ମଗ୍ନ ମନ
ହଜିଯାଏ ମନ ଆଜି
ସେଇ ମାଟିର ବାସ୍ନା ରେ
ମେଘର ସେ ବହଳ ଅନ୍ଧାରରେ
ବର୍ଷାର ସେଇ ରିମଝିମ ସ୍ୱରରେ
ହଜି ଯାଏ କେବେ ପୁଣି
ରାତ୍ରୀ ରେ ଭିଜିଥିବାସେଇ ସ୍ନିଗ୍ଧ ଗଙ୍ଗଶିଉଳିର
ସୁମଧୁର ବାସ୍ନା ରେ
ଚିର ଦିନ ପାଇଁ ଲୋଟିଥିବା ସେଇ
ମାଟିର ଛାତିରେ
ଆକାଶ ବୁକୁରେ
ଇନ୍ଦ୍ରଧନୁ ର ସପ୍ତ ରଙ୍ଗରେ.
ନିରବି ଯାଏ କେବେ ସପ୍ନ ସବୁ
ଶ୍ରାବଣ ର ଅବିରତ ଧାରାରେ
ହଜି ଯାଏ ଆଶା ସବୁ
ସିକ୍ତ ସେଇ କଦମ୍ବ ବନରେ
ମନ୍ତ୍ର ମୁଗ୍ଧ ହୋଇ ଚାହେଁ
ଆଖି ସେଇ ନିଶୁନ ରାସ୍ତାରେ
କୋଉ ଅଜଣା ଆଗନ୍ତୁକ ର ଆସିବା ବାଟରେ
ଆଖି ଲାଖି ରହିଯାଏ
ସେଇ ନିଶବବ୍ଦ ରାସ୍ତାର ବାରିଧାରା ପରେ
ହଜେଇ ଦେବାକୁ ସେଇ ବାହୁବନ୍ଧନ ରେ
ଚିର ଅତ୍ମୀୟତl ର ସ୍ବର୍ଶ ରେ
ଜୀବନ ର ଛାଇ ଆଲୁଅ ଖେଳ ରେ .
ହେଲେ ସମୟ ର ସ୍ରୋତ ଧୋଇଦିଏ ସବୁ ସପ୍ନ
ପ୍ରିୟା ମୋର ଆସେନି ଆଉ
ଏଇ ଝରା ଶ୍ରାବଣରେ
ଆଖିରେ ଭରିଦେଇଯାଏ
ଅବିରତ ବାରିଧାରା
ତାର ଶେଷ ଅପେକ୍ଷା ରେ.
ଭରିଯାଏ ମଗ୍ନ ମନମୋର
କୋଉ ଅଜଣା କୋହରେ
ଭିଜିଯାଏ ହୃଦୟ ମୋର
ବିଦଗ୍ଧ କୋହ ର ଲୁହ ରେ l