ମମତା ମାଧୁର୍ଯ୍ଯ
ମମତା ମାଧୁର୍ଯ୍ଯ
ଆନନ୍ଦ ଲହରୀ ଖେଳେ ଜୀବନରେ
ମମତାର ଡୋରେ ହେଲେ ବନ୍ଧା
ମମତା ବିହିନ ଅଧୁରା ଜୀବନ
ନ ହୋଇଛି ଯଦି ପ୍ରୀତି ଛନ୍ଦା ।
ଦେଖେନାହିଁ କେବେ ପର ଆପଣାର
ବହି ଯାଉଥାଏ ଖରସ୍ରୋତେ
ଅଟକିଯାଏ ସେ ନ ପାଇ ଆଦର
ନତୁବା ମଳିନ ଭାବାଗ୍ରତେ ।
କରେନାହିଁ ବଂଶ ଗୋତ୍ର ବିବେଚନା
ଦେଖେନାହିଁ କିଏ ବଡ ସାନ
ଯେଉଁଠି ଟିକିଏ ଆଦର ପାଏ ସେ
ଭୁଲିଯାଏ ମାନ ଅପମାନ ।
ଭାଙ୍ଗିଗଲେ ଥରେ ବହୁ ଦୁଃଖପାଏ
ଆକୁଳେ ହୃଦୟ କାନ୍ଦୁଥାଏ
ପୁନଃ ସଂଯୋଗରେ ଭାବାତୁର ହୋଇ
ଦୁଃଖ କଷ୍ଟ ମନୁ ଭୁଲିଯାଏ ।
ଅତି ସୁକୋମଳ ଆତୁର ଭାବନା
ନିରିମାଖୀ ତାର ସୁବଦନ
ଲାଜକୁଳୀ ପରି ଝାଉଁଳିଯାଏ ସେ
କଠୋରତା ଆଗେ ତାର ମନ ।
ପଦ୍ମପତ୍ରେ ଯେହ୍ନେ ଜଳ ବିନ୍ଦୁଟିଏ
ସେହିପରି ତାର ମନୋଭାବ
କରେନା କା ସଙ୍ଗେ ତୁଲ୍ୟ ମୁଲ୍ଯ କିଛି
ରହିଥାଏ ସଦା ଅନୁରାଗ ।
ଟିକିଏ ମମତା ପ୍ରସ୍ଫୁଟିତ କରେ
ଦିବ୍ଯ ଭାବ ମନ ଉଦ୍ୟାନରେ
ସତେ ପାରିଜାତ ମିଳିଛି ମର୍ତ୍ତ୍ୟରେ
ଅବା ଜହ୍ନ ଆପଣା ହାତରେ ।