ମନ
ମନ
ମଣିଷ ଶରୀର ଦେଇଛ ପ୍ରଭୁ ହେ
ସଂସାର ଗଢିବା ପାଇଁ
ଉଥାନ ପତନ ଗତିରେ କାହିଁକି
ସଂସାର ନିତି ଚାଲଇ |
ପଥ ଯେ ଅନେକ ବାଟ ଯେ ବନ୍ଧୁର
ବିଚାର ସଠିକ ନାହିଁ
ଶରୀର ଭିତରେ ମନ ବିବେକର
ଲଗାଇଛ ଗୋଳ କାହିଁ |
ଅବାଟ ବାଟରେ ଧାଉଁଛି ଏ ମନ
ମରୀଚିକା ପଥ ବାଛି
ଆଜି ମଲେ କାଲି ହେବ ଯେ ଦିଦିନ
ମନତ ବୁଝେନା କିଛି |
ବିବେକ ଇସାରା ମନତ ମାନେନା
ଅବୁଝା ଅଟେ ସେ ଅତି
ଚକ୍ଷୁ କର୍ଣ୍ଣ ନାସା ଜିହ୍ୱାର ଲାଳସା
ପଛେ ଗୋଡ଼ାଏ ସେ ନିତି |
ମନ ନଉକାର ଅନେକ ମାଲିକ
ସଭିଏଁ ତାହାର ସାଥି
ବିବେକର ବୁଦ୍ଧି ବିଚାର ନ ମାନି
ଇନ୍ଦ୍ରିୟ ଅଧିନେ ମାତି |
ପ୍ରବୃତ୍ତି ପଥରେ ଧାଇଁ ଥାଏ ନିତି
ନିବୃତ୍ତି ପଥକୁ ଛାଡି
ମୋର ମୋର କହି ସବୁକୁ ଆବୋରି
ଅସତ ପଥରେ ପଡି |
ହୃଦୟ ମଧ୍ୟରେ ମନ ବିବେକକୁ
ଏକାଠି ରଖିଲ ଯଦି
ବିଚାର ବୁଦ୍ଧିରେ ଏକା ନ କରିଲ
କିମ୍ପାଇ କରିଲ ବାଦୀ |
ତୁମେ ଏ ଶରୀର ମାଲିକ ହେ ପ୍ରଭୁ
ଆତ୍ମାର ମାଲିକ ତୁମେ
ମନ ବିବେକକୁ ଠିକଣା ଜାଗାରେ
ଲଗାଇ ଦିଅ ହେ କାମେ |
ମନ ଦଉଡିକୁ ଭିଡି ଧରି ଥିବ
ଭ୍ରମେ ନ ଯାଉ ଅବାଟେ
ଏତିକି ମିନତୀ ତୋଠାରେ ପ୍ରଭୁ ହେ
ଏ ମନ ଥାଉ ତୋ ବାଟେ |