Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ମନହୁଏ ମୋର

ମନହୁଏ ମୋର

1 min
214



ମନହୁଏ ସଖୀ ଭୁଲି ଦିବା ନିଶି

ଦେଖନ୍ତି ତୁମକୁ ଚାହିଁ

ପ୍ରେମର ଦେଉଳେ ତୁମକୁ ପୁଜନ୍ତି

ପ୍ରୀତିପୁଷ୍ପ ଅର୍ଘ୍ୟ ଦେଇ I

ତୁମ ମନ ସହ ମୋ ମନ ମିଶାଇ

ଗାଆନ୍ତି ଗୋଟିଏ ଗୀତ

ତୁମ ହୃଦୟର ଦିବ୍ୟ ଭାବନାରେ

ଆସୁଥାନ୍ତି ଅବିରତ I

ମନ ହୁଏ ସଖୀ ତୁମପାଇଁ ନିତି

ପ୍ରେମର ସଳିତା ଜାଳି

ତୁମରି ରୂପର ଚିତ୍ରକଳ୍ପ ଟିଏ

ଆଙ୍କୁଥାନ୍ତି ଧରି ତୁଳୀ I

ପଥର ଦେହରେ ନିହାଣ ମୁନରେ

ତୁମକୁ ଜୀବନ୍ତ କରି

ମନ ମନ୍ଦିରରେ ପୁଜୁଥାନ୍ତି ସଦା

ପ୍ରେମର ଦୀପାଳୀ ଜାଳି I

ମନହୁଏ ସଖୀ ଭଗୀରଥ ସାଜି

ସରଗ ଆଣନ୍ତି ମର୍ତ୍ତ୍ୟେ

ସରଗପୁରର ଯେତେ ସୁଖ ଶିରୀ

ଧରାନ୍ତି ତୁମର ହାତେ I

ପ୍ରୀତିର ପାର୍ବଣ ପାଳୁଥାନ୍ତି ସଦା

ମନେ ମନେ ହୋଇ ଖୁସି

ତୁମରି ମନର ଅନ୍ଧାରି ମୁଲକେ

ନିରବେ ଯାଆନ୍ତି ବସି I

      


Rate this content
Log in

Similar oriya poem from Romance