ମୋ ସରମି ଲତା
ମୋ ସରମି ଲତା
ସରମି ଲତା ଲୋ, ସରମି ଲତା,
ଲାଜକୁଳିର ତୁ' ପରା ଦୁହିତା l
ତୋ ପ୍ରେମେ ଜଳୁଛି ହୋଇ ସଳିତା,
କହିବାକୁ ତୋତେ ଲାଗୁଛି ପିତା l(0)
କେତେ କେତେ ଝିଅ ଦେଖିଛି ମୁହିଁ,
ହେଲେ ତୋ ପରିକା କେହି ବି ନାହିଁ l
ଲାଜ ତୋ ଗହଣା ଦେଉଛି କହି ,
ଏତେ ଲାଜ କଲେ ଚଳିବ ନାହିଁ l
ଲାଜ ଚାଲିଯିବ ଶୁଣି ମୋ କଥା ,
ସରମି.............................. l (1)
ମିଛି ମିଛିକା ତୋ ମିଛ ବାହାନା,
ପ୍ରେମ କରିବାକୁ କରୁଛୁ ମନା l
ହୋଇଗଲିଣି ମୁଁ ପ୍ରେମ ଦିୱାନା,
ଝଡି ଗଲିଣି ମୁଁ କରି ତୋ, ଚିନ୍ତା,
ସରମି ............................| (2)