Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ମଥାରେ ତୁମର ଜହ୍ନଉଏଁ

ମଥାରେ ତୁମର ଜହ୍ନଉଏଁ

1 min
234


ଓଠରୁ ତୁମର ମହୁ ଝରୁଥାଏ

ଆଖିରୁ ଜୋଛନା ଝରେ

ତୁମରି ଲାଜୁଆ ଚାହାଣୀରେ ସଖୀ

ମନେ ମୋ ପୁଲକ ଭରେ I

କେଶରେ ତୁମର ମେଘୁଆ ଆକାଶ

ମଥାରେ ଉଅଁଇ ଜହ୍ନ

ତୁମରି ମୁହଁରେ ହସ ଦେଖିଦେଲେ

ଉଲ୍ଲସିତ ହୁଏ ମନ I

ତୁମକୁ ଛୁଇଁଲେ ଲାଗେ ମୋତେ ଅବା

ଛୁଏଁ ମୁଁ ଆକାଶ ଛାତି

ତୁମରି ଦେହରୁ ଝରେ ମୋ ପାଇଁକି

କେତେ ହୀରା ଲୀଳା ମୋତି I

ସେଇ ରତ୍ନ ସବୁ ସାଇତି ରଖିଛି

ହୃଦ ସିନ୍ଦୁକରେ ମୋର

ସେ ସବୁକୁ ନେଇ ଦିନେ ତୁମପାଇଁ

ଗଢିଦେବି ଗୋଟେ ଘର I

ସେଇ ଘରେ ଦେଖି ତୁମରି ରୂପକୁ

ସରବେ କରିବେ ଈର୍ଷା

ସେ ଘରେ ତୁମକୁ ଦେଖିଦେଲେ ସଖୀ

ଡରିଯିବେ ଝଡ ବର୍ଷା I

ରାତିର ଅନ୍ଧାର ପାଖ ମାଡିବନି

ମଳୟ ବହିବ ଧିରେ

ମଧୁର କଣ୍ଠରେ କୋଇଲି ଗାଇବ

ତୁମ ମନ ତରୁ ଡାଳେ I

    


Rate this content
Log in