ମୁକ୍ତିରେ ଆନନ୍ଦ
ମୁକ୍ତିରେ ଆନନ୍ଦ
ରୁଦ୍ଦ ଆଵଦ୍ଦ ପଞ୍ଜୁରୀ ମଧ୍ୟରେ
ପକ୍ଷୀ ଟିର ମନ ମଧ୍ୟରେ ସଞ୍ଚିତ
ଆଶା ଅସୁମାରୀ
ନିର୍ଲିପ୍ତ ଆଖିର ପଲକ
ଚାହିଁ ରହିଥାଏ
ସୁନୀଳ ଗଗନକୁ
ମରୁତକୁ କହି ଉଠେ
ତାରି ମନ ଫରୁଆରେ
ସାଇତି ଥିବା ଅବ୍ଯକ୍ତ ଭାଷା
ଜଡତାକୁ ସାଥୀ କରି
ତୋଳୁ ଥାଏ ନୀରବ ଯନ୍ତ୍ରଣା
ଦୈଵାତ୍ ଖୋଲି ଗଲେ ଦ୍ବାର
ମନରେ ଖେଳି ଯାଏ
ଅସରନ୍ତି ପୁଲକ
ମୁକ୍ତ ଆକାଶର ନୀଳରେ
ହୋଇ ଉଠେ ରଙ୍ଗାୟିତ
ବିସ୍ତାରିତ ପବନରେ
କୋମଳ ପକ୍ଷକୁ ଆହୁଲା
କରି ମେଣ୍ଟାଏ ମନର ତୃଷ୍ଣା
ମୁକ୍ତ ହୋଇ ଆନନ୍ଦରେ ଉଡିବୁଲେ ଭୂଲି ଯାଏ
ସବୁ ଦୁଃଖ କଷ୍ଟ ।