Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Inspirational

3  

Kabiratna N.K. Behera

Inspirational

ମୁଁ ଛାର ମଣିଷ

ମୁଁ ଛାର ମଣିଷ

1 min
207


ମୁଁ ଛାର ମଣିଷ

ମୋ ଉପରେ ନାହିଁ

    ମୋର ଭରସା ବିଶ୍ୱାସ 

ଅନ୍ଧାର ପଥେ ମୁଁ

ଏକା ଏକା ଚାଲି

     ହେଉଛି ଖାଲି ନିରାଶ।୦।


ପ୍ରଭୁ ଜଗନ୍ନାଥ

ଅନାଥର ନାଥ

    ଭରି ଦିଅ ହେ ସାହସ 

ତୁମେ ଜଗଦୀଶ

ସତ୍ୟର ଆଲୋକ

     ମୋ ଜୀବନର ପ୍ରକାଶ।୧।


ମିଛ ମାୟା ମୋହେ

ପଡି଼ ରହି ବାରେ

    ହେଉଛି ମୁଁ ଯେ ବିବଶ 

ତୁଚ୍ଛା ଆଶା ମୋର

ବଢାଉଛି ଲୋଭ

     ଜ୍ଞାନ ବୁଦ୍ଧି ହୁଏ ନାଶ।୨।


ଚରଣେ ଶରଣ

ଦିଅ ପ୍ରଭୁ ମୋତେ

     ମୁଖେ ଫୁଟି ଉଠୁ ହସ 

ଭକ୍ତି ଚିତ୍ତେ କରେ

ତୁମକୁ ପ୍ରଣାମ

    ମୋତେ ଦିଅ ହେ ଆଶିଷ।୩।

  



Rate this content
Log in

Similar oriya poem from Inspirational