Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

3  

Ajit Kumar Raut

Inspirational

ନାମ ତୋର ଗାଉଥିବି

ନାମ ତୋର ଗାଉଥିବି

1 min
191


ଶକ୍ତି ଭରି ଦିଅ ନାଥ ମୋ ଚଲା ପଥରେ

   ଜ୍ଞାନ ଭରି ଦିଅ ପ୍ରଭୁ ମସ୍ତିଷ୍କ କଣରେ,

ପ୍ରେମ ଶ୍ରଦ୍ଧା ଭକ୍ତି ଗୁଞ୍ଜୁ ନିତି ହୃଦୟରେ

   ମନ ପ୍ରାଣେ ଶ୍ରଦ୍ଧା ରହୁ ଚରଣ ସେବାରେ।୧।


ଚରଣର ସେବା ମୋର ଜୀବନର ପଥ

   ଗୁଞ୍ଜୁ ମୁଖେ ଅବିରତ ପ୍ରଭୁ ଜଗନ୍ନାଥ,

ଗୁଞ୍ଜୁ ମୁଖେ କୃଷ୍ଣ ରାମ ନାମ ଦୀନନାଥ

   ନିଃସ୍ୱାର୍ଥର କର୍ମେ ରହୁ କର୍ମର ଏ ପଥ।୨।


ଜୀବନଟି ମୋର ସଦା କର୍ମରେଟି ରହୁ

   ହୋଇ ଧର୍ମ ପଥଗାମୀ ସେବା କାର୍ଯ୍ୟେ ରହୁ,

ସତ୍ୟ ଧର୍ମେ ରହୁ ମନ ଜନ କାର୍ଯ୍ୟେ ରହୁ

   ଭକ୍ତଙ୍କର ସେବା ମୋର କର୍ତ୍ତବ୍ୟରେ ରହୁ।୩।


ମନୁଷ୍ୟ ଜୀବନ ପ୍ରାପ୍ତି ବହୁ ପୂର୍ଣ୍ଣ ଫଳେ

   ବୃଥା ନ ହେଉଟି ଏହୁ ପାପ କର୍ମ ଫଳେ,

ଅସମ୍ଭବ ହୁଏ ସମ୍ଭବ ତୋର ଭକ୍ତି ବଳେ

   ସେହୁ ଭକ୍ତି ରହୁ ସଦା ଜୀବନର କାଳେ।୪।


ସତ୍ୟ ଧର୍ମ କର୍ମପଥେ ଯୋଡ଼ି ହୋଇ ଥିବି

   କୃଷ୍ଣ ରାମ ଜଗନ୍ନାଥେ ଭକ୍ତି କରୁ ଥିବି,

ରାଷ୍ଟ୍ର ସେବା ଜନସେବା ମନ୍ତ୍ର କରି ଥିବି

   ତୋହର ମହିମା ନାଥ ନିତ୍ୟେ ଲେଖୁ ଥିବି।୫।


ଶକ୍ତି ଦିଅ ନାଥ ମୋର କଲମ ମୁନରେ

   ଜ୍ଞାନ ଦିଅ ପ୍ରଭୁ ମତେ ନିଃସ୍ୱାର୍ଥ ସେବାରେ,

ପ୍ରେରଣାର ସ୍ରୋତ ହେଉ ଜନଙ୍କ ସେବାରେ

   ରାଷ୍ଟ୍ର କାର୍ଯ୍ୟ କରେ ମୁହିଁ ନିଃସ୍ୱାର୍ଥ କର୍ମରେ।୬।


ଇଚ୍ଛା ନାହିଁ ପ୍ରଭୁ ମୋର ଧନ ସମ୍ପତ୍ତିରେ

   ଇଚ୍ଛା ମୋର ଭକ୍ତି ରହୁ ଜୀବନ ଯାତ୍ରାରେ

ଭକ୍ତି ରହୁ ସଦା ପ୍ରଭୁ ତୋର ଚରଣରେ

   ଆଶୀର୍ବାଦ କର ପ୍ରଭୁ ଏ ଚଲା ପଥରେ।୭।


ଶକ୍ତି ଭରି ଦିଅ ନାଥ ମୋ ଚଲା ପଥରେ

   ଜ୍ଞାନ ଭରି ଦିଅ ପ୍ରଭୁ ମସ୍ତିଷ୍କ କଣରେ,

ପ୍ରେମ ଶ୍ରଦ୍ଧା ଭକ୍ତି ଗୁଞ୍ଜୁ ନିତି ହୃଦୟରେ

   ମନ ପ୍ରାଣେ ଶ୍ରଦ୍ଧା ରହୁ ଚରଣ ସେବାରେ।୮।



Rate this content
Log in

Similar oriya poem from Inspirational