Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ନେତା

ନେତା

2 mins
419



ନେତା ବିନା କିଏ କେଉଁ କାମ କୁହ 

     କରି କି ପାରୁଛି ଆଜି 

ମୁହଁକୁ ଲୁଚେଇ ଲାଞ୍ଚ ନେଉ ଥାନ୍ତି 

     ବୁଡି ବୁଡି ଆଖି ବୁଜି ।


ଗାଆଁଠୁ ସହର ପଲ୍ଲୀଠୁ ନଗର

      ନେତା ଖୋଜା ଚାଲି ଥାଏ

ବିନା ନେତାରେ କି ଶାସନ ହୋଇବ

      ଚଳି କି ପାରିବ କିଏ ?

ଗ୍ରାମ ପାଇଁ ନେତା ଦରକାର ହୁଏ

    ୱାର୍ଡମେମ୍ବର ପାଇଁ 

ଜିଲ୍ଲା ପରିଷଦ ସରପଞ୍ଚ ପ୍ରାର୍ଥୀ 

    ପାଇଁ ନେତା ଆସେ ଧାଇଁ ।


ସମିତି ସଭ୍ୟଙ୍କ ଲାଗି ଥାଏ ଧାଡି

     ନେତା ନିର୍ବାଚନ ପାଇଁ 

ରାତା ରାତି ନୋଟ୍ ଗଣି ନେଇ ସିଏ

     ନେତା ଦ୍ୟନ୍ତି ବଦଳାଇ ।


ଘରେ ଘରେ ନୋଟ୍ ବଣ୍ଟା ଚାଲି ଥାଏ

    ଚିକେନ୍ ମଟନ୍ ଝୋଳ

ଗୁଣ୍ଡା ଚାମଚାଙ୍କୁ ହାତେ ରଖି ନେତା

    ଖେଳେ ରାଜନୀତି ଖେଳ ।


ଏମେଲ୍ ଭୋଟ୍ ଆସି ଯାଏ ଯେବେ

    ନେତା ହୁଏ ଦରକାର

ପ୍ରତି ପଞ୍ଚାୟତ ସରପଞ୍ଚଙ୍କୁ ସେ

    କରି ନିଅନ୍ତି ହାତର ।


ନ ହେଲେ କୁହନ୍ତି ବ୍ଲକରୁ ସବୁ 

    ନାମ ଆମେ ଦେବୁ କାଟି

ନା ଭତ୍ତା ପାଇବ ନା ଘର ମିଳିବ

    ଖାଇବ କୁଣ୍ଡାକୁ କୁଟି ।


ରାସ୍ତା ଘାଟ ସବୁ ନିର୍ମିତ କରିବ

     ଆମକୁ ଭୋଟ୍ ଦେଲେ

ଶାସନ କରିବ ଗାଦିରେ ବସିବ

    ନ ରହିବ ଡର ଭଲେ ।


ଯେତିକି ପଇସା ଖର୍ଚ୍ଚ କରି ଅଛ

     ଦ୍ୱିଗୁଣ ଉଠେଇ ନେବ

ଆରାମ କରିବ ବସିକି ଖାଇବ

    ଖାନାଦାନୀ ବଢୁଥିବ ।


ରାଜ୍ୟ ପାଇଁ ଆମ ନେତା ଦରକାର

    ଦେଶ ପାଇଁ ଦରକାର

ଭଲ ନେତା ଜଣେ ଶାସନ କରିଲେ

    ଘୁଞ୍ଚିବ ଦୁଃଖର ଭାର ।


ଯଦି ଭଲ ନେତା ନ ମିଳିବ ଭାଇ

    କପାଳ ମୋଇବ ଫଟା

ଅରଜକତା ଯେ ବଢି ଚାଲି ଥିବ

    ହେବ କେତେ ହଟହଟା ।


ଯେଉଁ ଦେଶ ନେତା ଯେତେ ଭଲ ଥାନ୍ତି 

    ସେ ଦେଶ ଉନ୍ନତି କରେ

ନ ହେଲେ କପାଳେ ହାତ ରଖି ଦେଇ

    କାନ୍ଦି କାନ୍ଦି ଦିନ ସରେ ।


ଏମିତି ଅନେକ ଭଲ ନେତା ଥାନ୍ତି 

    ଦେଶ ସେବା ସେ କରନ୍ତି 

ତାଙ୍କ ଭଲ ପାଇଁ ନିରୀହ ଜନତା

    ଠାକୁରଙ୍କୁ ଡାକୁଥାନ୍ତି ।


ତାଙ୍କ ଦୀର୍ଘାୟୁଷ ପାଇଁ ମନ୍ଦିରରେ

    ଦୀପ ଲଗେଇ ଥାଆନ୍ତି 

ବାଧା ବିଘ୍ନ କାଟି ରକ୍ଷା ସେ କରନ୍ତୁ  

    ଭକ୍ତି ପ୍ରଣତୀ କରନ୍ତି ।


ଆଜିକାଲି ଦେଖ ଯୁଆଡେ ବା ଚାହଁ

     ନେତା ଦରକାର ହୁଏ

ବିଦ୍ୟାଳୟ ଠାରୁ କଲେଜ ପର୍ଯ୍ୟନ୍ତ 

      ନେତା ଆବଶ୍ୟକ ଥାଏ ।


ଶ୍ରମିକମାନଙ୍କ ନେତା ଦରକାର

     ଲୋକଙ୍କ ଉନ୍ନତି ପାଇଁ 

କିଏ ନେତା ସାଜି ସମାଜ ସେବକ 

     ଦେଶ ସେବା କରୁ ଥାଇ ।


ପ୍ରତ୍ୟେକ ସଂସ୍ଥାରେ ରାଜନୀତି ଖେଳ

     କି ସୁନ୍ଦର ଚାଲି ଅଛି

ମୁହଁ ଦେଖା ଦେଖି କାରବାର ଏଠି

     ବଢିଆ ଭାବେ ହେଉଛି ।


ଆପଣାର ଏଠି କେହି ଯେ ନୁହନ୍ତି 

      ସ୍ୱାର୍ଥରେ ଚାଲିଛି ଖେଳ 

ସ୍ୱାର୍ଥ ସରିଗଲେ ହେବେନି କାହାର

     ବୁଝନ୍ତିନି କାହା ମୂଲ ।


ଆଜି ଭଲ ସିଏ ପାଇଣ ତୁମକୁ 

    କରିନେବେ ଆପଣାର 

ତାଙ୍କ ସ୍ୱାର୍ଥେ ବିଘ୍ନ ହେଲେ ଦୂରେଇବି

     ନେତାଙ୍କୁ କୋଟି ଜୁହାର ।



Rate this content
Log in