Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Classics Inspirational

5.0  

BISWESWAR MAJHI

Classics Inspirational

ନେତାଜୀ ଫେରିଆସ

ନେତାଜୀ ଫେରିଆସ

1 min
7.0K


ବିଦେଶ ମାଟିରୁ 'ଆଜାଦ ହିନ୍ଦ' ଫଉଜ ଗଢିଲେ ଉନ୍ମାଦେ ମାତି

'ଦିଲ୍ଲୀ ଚଲୋ'ର ଡାକରା ଦେଇଯେ ଥରାଇଲେ ଗୋରା ଫଉଜ ଛାତି ।

ନାମଟି ସୁଭାଷ କଥା ବହ୍ନିଭାଷ ନେତାଜୀ ଆମର ଦେଶ ପରାଣ

ଜର୍ମାନୀ ଜାପାନୀ ସହ ସନ୍ଧି କରି ଯୁଦ୍ଧ ବନ୍ଦି କଲେ ମୁକତ ଜାଣ ।

ରେଂଗୁନ ଭୂମିରୁ ଆଗକୁ ବଢିଲେ ଲାଲ୍ ବାହିନୀ ସାଥିରେ ଧରି

ମହିଳା ସୈନିକ ସାଥିରେ ବି ଥିଲେ କର ଅବା ମର ପଣଟି କରି ।

ସାରା ଭାରତ ଯା ନିଜ ଘର ଥିଲା ପାରିଲେନି ଘରେ ଶାନ୍ତିରେ ଶୋଇ

ବ୍ରିଟିଶ୍ ଶାସକ ଚକ୍ରାନ୍ତ କଲେ ଦେଲେ ତାଙ୍କୁ ଚୀର ନିଦ୍ରାରେ ଶୋଇ ।

ଜନ୍ମ ଦିନ ଯାର ତେଇଶ୍ ଜାନୁଆରୀ ଇହଲୀଳା ସାଂଗ ଜାଣେନା କେହି

ଯୋଗଜନ୍ମା ସେଇ ଯୁଗପୁରଷଙ୍କୁ ପ୍ରଣତୀ ଜଣାଉ ଲୋତକ ଦେହୀ ।

ଧନ୍ୟ ଧନ୍ୟ ହେ ନେତାଜୀ ସୁଭାଷ ଅଦ୍ୱିତୀୟ ତୁମେ ବହ୍ନି ଶିଖା

ଆହ୍ୱାନ କରୁଛୁ ଫେରିଆସ ବାରେ ଦେଶରକ୍ଷା ହେଉ ମହାନ ଦୀକ୍ଷା ।


Rate this content
Log in

Similar oriya poem from Classics