Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ନେତ୍ରପଥେ ଥିବ

ନେତ୍ରପଥେ ଥିବ

1 min
357



କୁଞ୍ଜବନ କଳାହାତୀ ହେ ନନ୍ଦ ନନ୍ଦନ l

ଗରୁଡ଼ ବାହନ ନମେ ଶ୍ରୀ ମଧୁସୂଦନ ll

ସତ୍ୟଯୁଗେ ପ୍ରଭୁ ରୂପ ଅଦ୍ଭୁତ ବାମନ l

ବଳିଦର୍ପ ଗଞ୍ଜି ପାତାଳରେ ଦେଲ ସ୍ଥାନ ll

ତ୍ରେତୟା ଯୁଗରେ ରାମରୂପେ ନାରାୟଣ l

ଜାନକୀ ଛଳେ ବଧିଲେ ଲଙ୍କାର ରାବଣ ll

ଦ୍ୱାପର ଯୁଗରେ ପ୍ରଭୁ ଅଦ୍ଭୁତ ଗୋପାଳ l

ଗୋପାଳ ପୁଅଙ୍କ ସଙ୍ଗେ ଗାଈ ଚରାଇଲ ll

ତ୍ରେତୟା ଯୁଗେ ତାରିଲ ଗଉତମ ନାରୀ l

ଦ୍ଵାପରେ କୁବୁଜା ନାରୀ ଅପୂର୍ଵ ସୁନ୍ଦରୀ ll

ଯୁଗେ ଯୁଗେ ପ୍ରଭୁ ଧରି ନାନା ଅବତାର l

ଦୁଷ୍ଟ ସଂହାରି ଧର୍ମକୁ କରିଲେ ଉଦ୍ଧାର ll

କଳି ଯୁଗେ ଜଗନ୍ନାଥେ ଚତୁର୍ଦ୍ଧା ମୂରତି l

ଉତ୍କଳର ନୀଳାଚଳେ କରିଲେ ବସତି ll

ଭକ୍ତ ଭାବେ ଭୋଳା ପ୍ରଭୁ ଭକ୍ତ ଭାବଗ୍ରାହୀ l

ରଥ ଯାତ୍ରାରେ ନିଅନ୍ତି ଭକ୍ତଙ୍କୁ କୋଳେଇ ll

ବଡ଼ ଦାଣ୍ଡେ ଚାଲେ ତାଙ୍କ ନନ୍ଦିଘୋଷ ରଥ l

ଦର୍ଶନେ ପ୍ରାଣୀ ଲଭଇ ମୋକ୍ଷ ପରମାର୍ଥ ll

ଲୀଳା ମହିମା ତୁମ୍ଭର କେ ବର୍ଣ୍ଣି ପାରିବ l

ଜଗନ୍ନାଥେ ଦାୟାର୍ଣ୍ଣବ ନେତ୍ରପଥେ ଥିବ ll

              ଜୟ ଜଗନ୍ନାଥ

               


Rate this content
Log in

Similar oriya poem from Classics