Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ନୀଳାଦ୍ରି ମଣି

ନୀଳାଦ୍ରି ମଣି

1 min
9


ନୀଳ ଓ ଅଦ୍ରି ରୂପରେ ଜଗନ୍ନାଥ

ସ୍ୱୟଂ ନୀଳ ପୁଣି ଅଦ୍ରି 

ନୀଳ ସହିତ ପର୍ବତ-ମେଘ-ବୃକ୍ଷ

ଏକାଧାରରେ ନୀଳାଦ୍ରି ।


ନୀଳ ପର୍ବତରେ ନୀଳ ମେଘ ତୁଲ୍ୟ 

ଉଦିତ ସେ' ଜଗନ୍ନାଥ

ଭକ୍ତର କାମନା କଳ୍ପ ବୃକ୍ଷ ସମ

ସାକ୍ଷାତରେ ଉଦ୍ଭାସିତ ।


ବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ଲୟ ସହ

ନିଗ୍ରହ ଅନୁଗ୍ରହର 

ଏକମାତ୍ର ହେତୁ ସ୍ୱୟଂ ଜଗନ୍ନାଥ

ଆଦରଣୀୟ ଭକ୍ତର ।


ନୀଳ ସମୁଦ୍ରର ଗାମ୍ଭିର୍ଯ୍ୟ- ଔଦାର୍ଯ୍ୟ 

ରୂପ ସହଜେ ପ୍ରତ୍ୟୟ

ପୁଣି ଜଳ ସ୍ରୋତ ର ରସ ଗ୍ରହଣରେ

ରସିକ ଭାବ ଉଦୟ ।


ମହାପ୍ରଭୁ ନୀଳ ସମୁଦ୍ର ସମାନ 

ରସିକ ପୁଣି ଉଦାର 

ପ୍ରଭୁଙ୍କର ମହା ବାକ୍ୟ ଜ୍ଞାନ ବ୍ରହ୍ମ

ପ୍ରଭୁ ଧିର ଓ ଗମ୍ଭୀର ।


ଶ୍ରୀଜଗନ୍ନାଥ କଳ୍ପବଟ ସ୍ବରୂପ

ସ୍ଵୟଂ ନୀଳମଣି ନାମେ

ନୀଳ ପୁଣି ଅନ୍ୟ ଅର୍ଥେ ବଟ ବୃକ୍ଷ

ନୀଳ ଶବ୍ଦ ଅର୍ଥ କ୍ରମେ ।


ଅଦ୍ରି ଅର୍ଥ ହିଁ ପର୍ବତ ସହଜରେ

ପ୍ରଭୁ ବିଜେ ପର୍ବତରେ

ନୀଳ ପର୍ବତରେ ହିଁ ଉଦୀୟମାନ 

ପୁଣ୍ୟ ଶ୍ରୀକ୍ଷେତ୍ର ଧାମରେ ।


ପ୍ରଭୁ ସ୍ୱୟଂ ନବ ମେଘ ତୁଲ୍ୟ କଳା 

ଅଦ୍ରି ଅନ୍ୟ ଅର୍ଥେ ମେଘ

ଶ୍ରୀମୁଖ କୁ କଳା କରି କଳି କାଳେ 

ସତେ ଅବା କଳା ମେଘ ।


ଦକ୍ଷିଣ ଚକ୍ଷୁ ଓ ସୁଦର୍ଶନ ଚକ୍ର

ସୂର୍ଯ୍ୟଙ୍କ ପ୍ରତୀକ ସମ

ସୂର୍ଯ୍ୟ ପୂଜା ପ୍ରତିଦିନ ସମ୍ପାଦନ

ଅଦ୍ରି ଅର୍ଥ ସୂର୍ଯ୍ୟ ସମ ।


ସାତ ଅଙ୍କ ସହିତ ସପ୍ତାବରଣ

ବେଦୀରେ ସାତ ବିଗ୍ରହ

ସୂର୍ଯ୍ୟଙ୍କ କିରଣରେ ସାତ ରଙ୍ଗର 

ଅଦ୍ରି ଅର୍ଥ ସମନ୍ଵୟ ।


ମଣି ଖଚିତ ରତ୍ନ ସିଂହାସନ ରେ

ନୀଳାଦ୍ରି ମଣି ଉଦ୍ରେକ

ସେହି ନୀଳାଦ୍ରିମଣିଙ୍କୁ ପ୍ରଣିପାତ

ଭକ୍ତି ବିଶ୍ଵାସ ପୂର୍ବକ ।


Rate this content
Log in

Similar oriya poem from Drama