Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Classics

4  

Banalaxmi Mohanty

Classics

ନିରାକାର ପ୍ରଭୁ

ନିରାକାର ପ୍ରଭୁ

1 min
151



କ୍ଷୀରରେ ରହିଛି ଲହୁଣୀ ସିନା ଲୋ

   ଲହୁଣୀରେ ଅଛି ଘିଅ

ସେହିପରି ଏହି ସାରା ସଂସାରରେ

   ଲୁଚି ଅଛି କଳାଦିଅଁ ଲୋ।। ୨


ଦହିକୁ ମନ୍ଥିଲେ ଲହୁଣୀ ସିନା ଲୋ 

ଲହୁଣୀ ମାରିଲେ ଘିଅ

ସାରା ସଂସାରକୁ ଭକତି ଦଣ୍ଡରେ

  ଯେଵେତୁ ମନ୍ଥି ପାରିବୁ ଲୋ

ନିରାକାର ବ୍ରହ୍ମ ତେବେ ଯାଇ ତୁ ପାଇବୁ ଲୋ,

ତେବେ ଯାଇ ତୁ ପାଇବୁ।। 


ନିରଞ୍ଜନ ନିରାକାର ଭଗବାନ

  ଅଛନ୍ତି ସେ ସର୍ବବ୍ୟାପୀ 

ନର, ପଶୁ, ପକ୍ଷୀ, କୀଟ, ତରୁଲତା

  ସବୁଠାରେଛନ୍ତି ଛପି ଲୋ।।୨


କେଉଁ ନାମ ଧରି ଡାକିବି

  ନାମ ଯାର ଜଣା ନାହିଁ 

କେଉଁ ରୂପରେ ମୁଁ ସେବିବି

  ରୂପ ଖୋଜି ପାଉ ନାହିଁ ଲୋ।। ୨


ମୁଁ ଯେ ଅକିଞ୍ଚନ ଭକ୍ତିରେ ହୀନ

  ଏତେ ଭାଗ୍ୟ ମୋର କାହିଁ? 

ଭକତି ଅନ୍ତରେ ଜଣାଏ ମିନତି 

  ଦୟାକର ଭାବଗ୍ରାହୀ ଲୋ

ଦୟାକର ଭାବଗ୍ରାହୀ।। 


Rate this content
Log in

Similar oriya poem from Classics