Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ନିର୍ମାଲ୍ୟ ଦେବ ମୁହଁରେ

ନିର୍ମାଲ୍ୟ ଦେବ ମୁହଁରେ

1 min
390


କିଏ ତତେ ଡାକେ ହରି ହରି ବୋଲି

କିଏପୁଣି ଡାକେ ହର

ମୋପାଇଁ ଥିଲୁ ତୁ ଜୀବନ୍ତ ଠାକୁର

ଆଜି ଲାଗୁଛୁ ପଥର ।


ଦିନେ ତତେ ପ୍ରଭୁ ମାଗି ମୁଁ ନଥିଲି

ଧନ ଦଉଲତ ବଇଭବ

ମାଗିଥିଲି ତୋର କରୁଣା ଟିକିଏ

ଆଉଟିକେ ଆଶିର୍ବାଦ ।


ଭଲ ପୁଅଟିଏ ଦେଇଥିଲୁ ବୋଲି

ଯେବେ ଟେକିଦେଲି ହାତ

ସେହିଦିନ ତାକୁ ବାହୁଡାଇ ନେଇ

ପାଇଲ କିଅବା ଯଶ ।


ସେହି ଦିନଠାରୁ ପଣ ମୁଁ କରିଛି

ଡାକିବିନି କେବେ ଥରେ

ଯେତେ ଦୁଃଖ ଦେବୁ ସହିଯିବି ସବୁ

ଛାତିକୁ କରି ପଥର ।


ଏତିକି ଗୁହାରି ରଖିବ ପ୍ରଭୁହେ

କରିଦିଅ ମୋତେ ପଥର

ଆଉ କାହାପାଇଁ ଜୀବନେ ମୋହର

ନଝରୁ ଲୁହର ଧାର ।


ମୋ ଅନ୍ତିମ କାଳେ ଶୋଇଯିବି ଯେବେ

ଛଅଖଣ୍ଡ କାଠ ଶେଯରେ

ମୋ ପୁଅର ସ୍ଥାନ ନେବ ହୋ ସାଆନ୍ତେ

ନିର୍ମାଲ୍ୟ ଦେବ ମୁହଁରେ ।


Rate this content
Log in