ପାର୍ବଣ ନବମୀ
ପାର୍ବଣ ନବମୀ
କଶ୍ୟପ ଙ୍କ କୋପେ ଅଦିତି ଗରଭେ
ଜାତୁଧାନେ ଉଦଭବ
ଦିନୁ ଦିନ ତାଙ୍କ ଅସୁର ସ୍ଵଭାବ
ପାଇ ଦେବ ବର ଲାଭ
ମହିଦାସ ପୁତ୍ର କପିଳ ରାକ୍ଷସ
କରିଦେବ ଆରାଧନା ll
କାମନା ବାସନା ବହୁ ନାରୀ ଭୋଗ
ହୋଇଲା ବର ବରନା
ସ୍ୱାମୀର ତେଜକୁ ନ ସହିଲେ ପତ୍ନୀ
ତେଜିଲେ ରାଜ ଉଆସ
ସିଂହଳ ଦ୍ଵୀପରେ ମହିଂସ ରୁପରେ
ଚାରୁଥିଲେ ସୁଖେ ଘାସ ll
ଯମର ବାହନ ନାମରେ କୃତାନ୍ତ ମହିସ ଆସିଲା ପାଶେ
ବଳାତ୍କାର କରି କରିଲା ସମ୍ଭୋଗ
ଅକ୍ଷୟ ରେତ ପ୍ରବେଶେ
ହୋଇଲେ କୁଳଟା କିଛିଦିନ ଅନ୍ତେ
ପ୍ରସବିଲେ ପୁତ୍ର ଏକ
ଘୋର ରଡ଼ି ଛାଡ଼ି ହୋଇଲା ଭୂମିଷ୍ଠ
ଅବନିକୁ ଏ ସଙ୍କଟ ll
କପିଳ ମୁନିଙ୍କ ବାରତା ପାଇଣ
ଆସିଲେ ପତ୍ନୀ ଙ୍କୁ ପାଇ
ସବୁ ଜାଣି ସବୁ ଲୁଚାଇ ରାଜନ
ଜେନାବଳି ପୁର ଭେଇ
କଟକ ରଚିଲେ ପୁତ୍ରକୁ ନେଇସେ
ସୁବର୍ଣ୍ଣ ପର୍ବତ ପାସ
ବହିଯାଉଥିଲ କାମାକ୍ଷି ନଦୀଟି
ହୋଇ ଶୁଭ୍ର ପରକାଶ ll
ଦିନୁ ଦିନ ପୁତ୍ର ମହିଂଶ ଦାନବ
ଦୁଷ୍ଟ ମତି ହେଲା ଆସି
ଘୋର ତପସ୍ୟା ରେ ସିଂସୂପା ମୂଳରେ
ଦିଶେ ଅଗ୍ନି ପିଣ୍ଡ ପଶି
ଦେବଙ୍କୁ ଲାଗିଲା ମହା ଭୟ ଆଉ
ଅଳକା ତେଜିଲେ ସର୍ବେ
ପିତାମହ ବ୍ରହ୍ମା ପାଶେ ଗଲେ ହେଳେ
ମହିଁସା ତପସ୍ୟା ଗର୍ବେ ll
ସବୁ ପୁଛି ପିତା ସର୍ବ ଋଷି ମିଳି
ବଶିଷ୍ଠ ଯେ ବିଭାଣ୍ଡକ
ପରାଶର ଭୃଗୁ ଅଷ୍ଟବକ୍ର ସହ
ବାଳସିଲ୍ୟା ସ୍ୟମନ୍ତକ
ଦେଖିଲେ ଅଗ୍ନିରେ ଲଣ୍ଡା ବୃକ୍ଷ ସମ
ଦାନବର କାନ୍ତି ହିନ
କମଣ୍ଡଳୁ ନିର କରିଲେ ସିଞ୍ଚନ
ସଂଚରିଲା ଯଉବନ ll
ପଚାରିଲା ବୃଦ୍ଧି କିଏ ଗୋ ପାଶାଣ୍ଡ
ଭାଙ୍ଗିଲ ମୋର ସପସ୍ୟା
ଦେଖାଅ ସ୍ୱରୂପ ନୋହିଲେ ଅନ୍ୟଥା
ସହିବନି ମୋର ଭାଷା
ଚତୁର୍ମୁଖ ବ୍ରହ୍ମା ବିରଞ୍ଚି ବଦନ
ଦେହେ ଶ୍ରୀବତ୍ସ ତିଳକ ll
ବ୍ରହ୍ମ ବେଣୀ ବ୍ରହ୍ମ ମୁଦ୍ଗର ଆନରେ
ବେଦପୋଥି ସୁଦିବ୍ୟକ
ମାଗ ବର ବାବୁ ବୋଇଲେ କରତା
ମାଗେ କଉଣପ ବୀର
ସୃଷ୍ଟି ର ବିନାଶ ପର୍ଯ୍ୟନ୍ତ ଅମର
ହୋଇବି ଦିଅ ଗୋ ବର
ଯମ କାଳ ଫାସ ବିଷ୍ଣୁ ଚକ୍ର ମୋତେ
ପାରିବନି ହେଳେ ମାରି ll
ଜିଣୀବି ଅଚିରେ ଚତୁର୍ଦ୍ଧଶ ପୁର
ଅବନୀକୁ ହେବ ଭାରି
କୌଣସି ପୁରୁଷ ହସ୍ତରେ ମୋହର
ହୋଇବନି ମୃତ୍ୟୁ କେବେ
ରୋଗ କ୍ଳେଶ ମୋର ଅଙ୍ଗ ଛୁଇଁବନି
ଏହି ବର ଦିଅ ଯେବେ ll
ମହିରେ ଜନମ ହୋଇଲେ ନିଶ୍ଚୟ ହେବ ନୃତ୍ୟ ଅନିର୍ବାଜ୍ୟ
ନାରୀର ହସ୍ତରେ ହୋଇବ ନିଧନ
ହେବୁ ତେବେ ତୁ ଦହିର୍ଯ୍ୟ
ଦିନ ନୁହେଁ ରାତି ଅବା କେଉଁ ବେଳ
ଦେଖିବି ସ୍ତନ ଯୌବନ
ତେବେଟି ମୋହର ପ୍ରାଣ ମୂର୍ଚ୍ଛା ଯିବ
ହେଳେ ଗୋ ହେବି ନିଧନ।l