ଫାସ
ଫାସ
ମୁଁ କହିଲି, ପ୍ରେମ
ତୁମେ କହିଲ, ପ୍ରେମ ନୁହଁ, କେବଳ ଯେ
ଦୁଇ ଆଖିର ଆକର୍ଷଣ, ବୟସର ନିଆଁରେ
ଜଳୁଛି ସୁନ୍ଦର ଉପବନ ।
ମୁଁ କହିଲି, ବାହୁଡ଼ି ଗଲା ସୂର୍ଯ୍ୟ ବି ତ
ଦେଇଯାଏ, ଅସଂଖ୍ୟ ତାରା
ଆଉ ଗୋଟେ ଧବ ଫରଫର ଜହ୍ନ,
ତୁମେ ହସି ଦେଇ କହିଲ, ସେହି ଜହ୍ନ ଆଲୁଅରେ ତ
ଚିକ୍ ଚିକ୍ କରେ, ଅତୀତର ଅଦେଖା ଚିହ୍ନ ।
ମୁଁ କହିଲି, କିଛି ପ୍ରତିଶୃତି
" ଏକ ଅପ୍ରାସଙ୍ଗିକ ପାପ "
ତୁମେ କହିଲ ନିରୀହ ହସି ।
ପୁଣି ଆଉ
କେବେ ହେବ ଦେଖା ?
ତୁମେ କହିଲ, ଏ ଦ୍ଵନ୍ଦାତ୍ମକ ସ୍ଥିତାବସ୍ଥାରେ
କେବଳ ଅନିଶ୍ଚିତ ଅପେକ୍ଷା ହିଁ ଅପେକ୍ଷା ।
ମୁଁ କହିଲି,
" ଛାତିଟିଏ ଫାଟିଯାଏ, ପ୍ରିୟ ମଣିଷଟିଏ,
ନିଜଠୁ ଦୂରେଇ ଯିବା ପାଇଁ,
ଯେତେବେଳେ ଅନୁମତି ମାଗେ ;
ତୁମ କହିଲ, ସମ୍ପର୍କର ବ୍ୟୁହରେ ' ପ୍ରିୟ ' ଶବ୍ଦଟି
ବେଳେବେଳେ ଅଦୃଶ୍ୟ ଫାସ ପରି ଲାଗେ ।