Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Romance

2.8  

Kalyani Nanda

Romance

ପ୍ରେମ ପାଗଳିନୀ

ପ୍ରେମ ପାଗଳିନୀ

2 mins
334


....ପ୍ରେମ ପାଗଳିନୀ ....

ଆଗୋ ଅଂଶୁମାଳୀ,
ଧୈର୍ଯ୍ଯ ର ପରାକାଷ୍ଠା ନେଇ ,
ପ୍ରତୀକ୍ଷାରେ କାଟି ବିନିଦ୍ର ରଜନୀ,
ଦୃଢ ପ୍ରତ୍ଯୟ ହିଆ ରେ ଭରି ,
ତୁମ ପଥ ରହି ଥାଏ ଚାହିଁ ,
ସେ ଯେ ତୁମ କମଳିନୀ ,
ତୁମ ପ୍ରଥମ ସ୍ପର୍ଶେ ଯାଏ ଭୁଲି ,
ବିଗତ ରାତ୍ରି ର ସମସ୍ତ କ୍ଲାନ୍ତି ,
ଲଜ୍ଜାବତୀ ବଧୂ ସମ ପାଖୁଡା ମେଲି ,
ଚାହିଁ ରହେ ତୁମକୁ ଲାଜେଇ ଲାଜେଇ ,
ବୁଝି କି ପାରନା ତୁମେ ତା ପ୍ରେମ ପୀରତି ? ?

ଆହେ ଶଶଧର ,
ସମୀର ସାଥେ ଦୋହଲି ଦୋହଲି ,
ମଧୁକର ସାଥେ ଗୀତ ଗାଇ ଗାଇ,
ପୁଷ୍କରିଣୀ ଜଳେ ନିଜ ରୂପ ଦେଖି ଦେଖି,
ଥାଏ ରହି ତୁମ ଆସିବା ପଥ କୁ ଚାହିଁ,
ସେ ଯେ ତୁମ ପ୍ରେୟସୀ କୁମୁଦିନୀ,
ତଡାଗ ଜଳେ ଦେଖି ତୁମ ପ୍ରତିଛବି ,
ଶଶୀ କର ସ୍ପର୍ଶେ ମୁଖ ତା ଯାଏ ଝଲସି,
ହେ ଚନ୍ଦ୍ରମା ପାରନା କି ଶୁଣି ,
ସୁର, ଲୟ ତୋଳି ଗାଏ ସେ ଯେ ପ୍ରେମ ଗୀତି ,
ତୁମ ପ୍ରେମେ ସେ ଯେ ପାଗଳିନୀ ,
ଅନ୍ତର ବେଦନା ତା ପାରନା କିଂପାଇଁ ବୁଝି ? ?

ହେ ଅନନ୍ତ ସାଗର ,
ଆକୁଳ, ବ୍ଯାକୁଳ ମନ ନେଇ ,
ଧାଇଁ ଯାଏ ତୁମ ପାଶେ ତଟିନୀ ,
ଶତ ବାଧା ନ ମାନି ସେ ଯେ ଯାଏ ଆଗେଇ,
ଲକ୍ଷ୍ଯ ତା ତୁମକୁ ଭେଟିବା ପାଇଁ ,
ଉଦବୃତ୍ତ ଗିରି କନ୍ଦରୁ ସାଜି ସେ ତଟିନୀ ,
ହେ ସିନ୍ଧୁ, ତୁମ ପ୍ରେମ ଅନ୍ତରେ ଭରି ,
ମିଶିବାକୁ ତୁମ ସାଥେ ଆତୁର ମନ ତାହାରି ,
ବୁଝି କି ପାରନା ସେ ଯେ ପାଗଳିନୀ ତୁମ ପାଇଁ ? ?

ଅଦ୍ଭୁତ ରଚନା ବିଧାତା ରଚିଛୁ ତୁହି ,
ପ୍ରେମ ହିଁ ଶାଶ୍ବତ,
ପ୍ରେମ ହିଁ ଅମ୍ଳାନ,
ସେ ତ ଚିରନ୍ତନ,
ପ୍ରେମ ସତ୍ଯ,
ପ୍ରେମ ଶିବ,
ପ୍ରେମ ହିଁ ସୁନ୍ଦର,
ସେ ପ୍ରେମେ ବନ୍ଧା ଏ ସାରା ସୃଷ୍ଟି । ।



Rate this content
Log in

Similar oriya poem from Romance