ପ୍ରେମ ପକ୍ଷୀ
ପ୍ରେମ ପକ୍ଷୀ
ମୁଁ ପ୍ରେମ ପକ୍ଷୀ ଟିଏ
ଉଡି ବୁଲେ ଖୁସି ମନରେ
ଲୋଡ଼ା ନାହିଁ ମୋ ପଞ୍ଜୁରୀ
ଆନନ୍ଦରେ ଉଡି ବୁଲୁ ଥାଏ
ମୁଁ ପ୍ରେମ ପକ୍ଷୀ ଟିଏ
ସୀ଼ମା ହୀନ ଆକାଶ ମୋତେ
ଛୁଇଁ ବାକୁ ଇଚ୍ଛା ହୁଏ
ମେଘର କଳା ପଣତ ତଳେ ମୁଁ ଲୁଚିଯାଏ
ମୁ ପ୍ରେମ ପକ୍ଷୀ ଟିଏ
ଝରଣାର କୁଳୁ କୁଳୁ ନାଦ ମୋତେ ଟାଣି ନିଏ
ମୁ ମନ ଭରି ମୋ ତୃଷ୍ଣାକୁ ମେଣ୍ଟାଇ ଦିଏ
ମୁ ପ୍ରେମ ପକ୍ଷୀ ଟିଏ
ତରୁର ଶୀତଳ ଛାୟା ମନ ମୋ ତୁପ୍ତ କରିଦିଏ
ନୀତି ସୁ ସ୍ଵାଦୁ ଫଳକୁ ଖାଇ ଭୋକ ମେଣ୍ଟାଏ
ମୁ ପ୍ରେମ ପକ୍ଷୀ ଟିଏ
ପାହାଡ଼ ଦେଖି ମୋ ମନେ ସାହସ ନୀତି ଆଣି ଦିଏ
ସାଗର ବେଳା ଭୂମି ମୁ ନୀତି ଯାଇ ବସି ଯାଏ
ମୁ ପ୍ରେମ ପକ୍ଷୀ ଟିଏ
ମୁ ଈଶ୍ୱରଙ୍କ ସୃଷ୍ଟିକୁ ଏତେ ଭଲ ପାଏ
ନୀତି ବୁଲି ବୁଲି ପ୍ରକୃତି ରାଣୀକୁ ଦେଖୁ ଥାଏ
ମୁ ପ୍ରେମ ପକ୍ଷୀ ଟିଏ ।