Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପ୍ରଶ୍ନ ନଥିବା ସମ୍ପର୍କ

ପ୍ରଶ୍ନ ନଥିବା ସମ୍ପର୍କ

1 min
206



ଜଠରେ ଜନନୀ କରନ୍ତି ଧାରଣ

ଦଶମାସ ଦଶଦିନ 

ଅଜାଡି ବୁକୁର ଅମୃତଧାରକୁ

କରେ ଲାଳନ ପାଳନ ।

ସହଇ ଧରିତ୍ରୀ ଭାରକୁ ଆମ୍ଭର 

ଦିଏ ବସ୍ତ୍ର ଜଳ ଅନ୍ନ

ବିଶ୍ବନିୟନ୍ତାଙ୍କ ଅପାର କରୁଣା

ଅମୃତ ସୃଷ୍ଟି ଜୀବନ ।

ତାଙ୍କରି ଆଜ୍ଞାରେ ସୂର୍ଯ୍ଯ ଚନ୍ଦ୍ର ତାରା

ପ୍ରକାଶନ୍ତି ଜ୍ଯୋତିରାଶି

ଚହଟେ ସୁମନେ ରଙ୍ଗ ରୂପ ବାସ

ବିକଶେ କମଳ ହସି ।

ପ୍ରବହେ ସ୍ୱଚ୍ଛନ୍ଦେ ଶାନ୍ତ ସମୀରଣ

ଆବର୍ତ୍ତଇ ଜଳଚକ୍ର 

ଗୁଞ୍ଜେ ସୁମଧୁର ସଙ୍ଗୀତ ମୂର୍ଚ୍ଛନା

ମୃତ୍ୟୁଞ୍ଜୟ ମହାମନ୍ତ୍ର ।

ସବୁଜ ସୁନ୍ଦର ସତ୍ଯ ସୁସଙ୍କଳ୍ପ 

ଅନାବିଳ ସ୍ନେହପ୍ରେମ 

ଲୋଡେ ଏକାତ୍ମତା ସୁହୃଦ ସମ୍ପର୍କ

ସୁବିଶ୍ବାସ ପ୍ରଶ୍ନହୀନ ।

   


Rate this content
Log in

Similar oriya poem from Inspirational