Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Children Stories

3  

Panchanan Jena

Children Stories

ପ୍ରଶ୍ନୋତ୍ତରୀ

ପ୍ରଶ୍ନୋତ୍ତରୀ

1 min
186


ଢଳ ଢଳ ଫୁଟିଲା ଫୁଲର ସୌନ୍ଦର୍ଯ୍ୟ 

ପାଖୁଡାରେ ଥାଏ ନା

ପାଖୁଡାର ସମଷ୍ଟିରେ ।


ଛଳ ଛଳ ହଲିଲା ଫୁଲର ସୌକୁମାର୍ଯ୍ୟ

ପରାଗ ରେଣୁରେ ଥାଏ ନା

ସୁରଭି ବେଣୁରେ ।


ଦଳ ଦଳ ହସିଲା ଫୁଲର କୌମାର୍ଯ୍ୟ

ସୁଗନ୍ଧ ସୁବାସରେ ଥାଏ ନା

ଦେଖୁଥିବା ଲୋକର ହସରେ ।


ଚପଳ ଛନ୍ଦରେ ପଚାରିଲା କୁନି ଝିଅ

ଜେଜେବାପା ହାତ ଧରି 

ଫୁଲ ବଗିଚାରେ ଘୁରୁଥିଲା ଚକିରି

ଦୈଡୁଥିଲା ଘୁରି ଘୁରି ।


ଘାସ ଗାଲିଚାରେ ପାଖରେ ବସେଇ 

ସିମେଣ୍ଟ ବେଞ୍ଚରେ କାନ୍ଧରେ ହାତ ଥୋଇ

ନାତୁଣୀ - ଜେଜେବାପା ଦୁଇ

କପୋଥକଥନ କରୁଥାନ୍ତି 

ଅନର୍ଗଳ ଗପୁଥାନ୍ତି 

ପ୍ରଶ୍ନୋତ୍ତରୀ ଧାରାରେ ତଥ୍ୟ-ତର୍କ ଥୋଇ ।

 

ଫୁଲ ଫୁଟିଲେ ବାସେ

ଚହଟେ ଚଉପାଶେ

ମାଳ ହେଇ ଠାକୁର ବେକରେ ସୁବାସେ

ପୁଷ୍ପାଞ୍ଜଳି ବେଳେ ଅଞ୍ଜଳି ମଧ୍ୟରେ ହସେ

ପ୍ରଭୁ ଶ୍ରୀଚରଣ ଛୁଉଁ 

ପଙ୍କଜ ପାଦ ଭୂଇଁ 

ଅର୍ପଣ ତର୍ପଣ ସମର୍ପଣ 

ବିଭୁ ପଦାରବିନ୍ଦେ ମୋକ୍ଷ କଣ କଣ ।


Rate this content
Log in