Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Romance

4.0  

Reeta aparajeeta Mohanty

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
332


କୋଇଲିର ମିଠା କୁହୁ ପରି 

ପ୍ରଥମ ପ୍ରେମ 

ଶୀତ ସକାଳର ପ୍ରଥମର 

କଅଁଳ ଖରା ପରି ପ୍ରଥମ ପ୍ରେମ 

କୃଷ୍ଣଚୁଡାର ରଙ୍ଗ ପରି 

ପ୍ରଥମ ପ୍ରେମ ।


ସବୁଜ ସବୁଜ ଶାଗୁଆ 

କେବେ ଗୋଲାପ ପରି ମହକ ଭରା 

ପ୍ରଥମ ପ୍ରେମର ଛୁଆଁ

ପ୍ରଥମ ପ୍ରେମର ମହକରେ 

ସଭିଏଁ କେବେ ନା ଭିଜିଛନ୍ତି ।


ବାସ କହିବାକୁ ଡରନ୍ତି କେବଳ 

ସମାଜର ନାଲି ଆଖି 

ସବୁ ପ୍ରଥମ ପ୍ରେମ ର ବାଧକ ସାଜେ

ହେଲେ ପ୍ରୀତି ର ମହକ ରେ

ରାଧା ନା ମୀରା ସଭିଏଁ ହେଲେ ବାଇ

ମୋ ପ୍ରଥମ ପ୍ରେମ 

ସବୁଠାରୁ ନିରୀହ 

ସବୁଠାରୁ ନିଆରା

ଅନେକ ଦିନରୁ କବିତାକୁ ଭଲ ପାଇଛି

ଯେବେ ଠାରୁ ପ୍ରଥମ ପ୍ରେମରେ 

ତା ସହ ପଡିଛି ସେବେ ଠାରୁ 

ସବୁବେଳେ ସେ ହିଁ ମତେ ଛନ୍ଦି ଧରିଛି

କବିତା ସହ ମୋ ଭାବ ଦିନ ମାସ ବର୍ଷ ସହ ବଢିଚାଲେ।


ପ୍ରଥମ ପ୍ରେମରେ ପଡି ମୁଁ 

ସାହିତ୍ୟିକା ହେଇପାରିଛି 

ମୋ ପ୍ରଥମ ପ୍ରେମ କବିତା 

ଆଜି ଅନେକ ଦିନରୁ 

ମୋ ମନରେ ସାଇତା ଗୋପନ 

ଗୁମର ଫିଟାଇ କହିଦେଲି 

କାହା ଆଗରେ କହିବେନି 

 ରାଣ ଯେ ରହିଲା



Rate this content
Log in

Similar oriya poem from Romance