Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Abstract

3  

padmaja pati

Abstract

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
155


 ସଜେଇ ହୋଇଛି ମାଳି ଓ ଚୁ ମ୍ କି ରେ 

ସୁନେଲି, ରୂପେଲି ଆଭା

ରେଶମୀ ସୂତାର ଡୋରଟି ସେଥିରେ

ରାକ୍ଷୀ ଦିଶେ ମନଲୋଭା।

ବାନ୍ଧିବା ପାଇଁକି ଭଉଣୀ ସଜାଗ

ଭାଇ ହାତେ ରକ୍ଷା ଡୋରି

ନଡ଼ିଆ, କଦଳୀ, ସିନ୍ଦୂର, ଚନ୍ଦନ

ଦେଖି ମନ ଉଠେ ପୂରି।

ଜାତି ଜାତି ମିଠା କେତେ ସାଜସଜ୍ଜା

ଏ ରକ୍ଷାବନ୍ଧନ ପାଇଁ

ବଳଭଦ୍ରଙ୍କର ଶୁଭ ଜନ୍ମଦିନ

ଆନନ୍ଦିତ ଚାଷୀଭାଇ।

କ୍ଷୀରି, ଖେଚୁଡ଼ିକୁ ପୁରି, ତରକାରୀ

ପିଠାପଣା ବଣ୍ଟା ପାଇଁ

ଲୋକକଥା ଅଛି କାଳ କାଳକୁ ଯେ

ଗହ୍ମା ପୁନେଇଁର ମାଇଁ।

ସମ୍ପର୍କ ଯୋଡ଼ଇ ନୂଆ କି ପୂରୁଣା

ଯେତେ ଥିଲା ଚଉପାଶେ

ଗହ୍ମା ଝୁଲଣର ଆନନ୍ଦ ପସରା

ବରଷକେ ଥରେ ଆସେ।

ସବୁ ସ୍ଥାନ ଆଜି ଆନନ୍ଦମୁଖର

ପୁରପଲ୍ଲୀ ବା ସହର

ରକ୍ଷା ବନ୍ଧନରେ ଜନ୍ମ ଗଙ୍ଗାଧର

ସ୍ବଭାବ କବି ଆମର ।

ସାହିତ୍ୟ ଆସର ଠାବେ ଠାବେ ପୁଣି

କବି, ସାହିତ୍ୟିକଙ୍କର

ଭାସି ଆସେ ପବନରେ ସେମାନଙ୍କ

 କବିତା ପାଠର ସ୍ୱର।

ବୃକ୍ଷର ସୁରକ୍ଷା କରିବାର ପାଇଁ 

ଲୋଡ଼ା ବି ପଡ଼ଇ ରାକ୍ଷୀ

ସଚେତନତାର ବାର୍ତ୍ତା ମିଳେ ତହିଁ

ବୃକ୍ଷ ରହେ ମୂକ ସାକ୍ଷୀ।

ସ୍ନେହ,ମମତାର ଅପୂର୍ବ ମିଳନ

ଭାବାବେଗ ଉଚ୍ଛ୍ୱସିତ

ଏ ପର୍ବ ସହିତ ମନ କାମନାର

ମହାସିନ୍ଧୁ ସମାହିତ।

ଭରିଛି ଆଶାର ସପନ କଳସ

ରକ୍ଷା ବନ୍ଧନର ପାଇଁ

ନୂତନ ପ୍ରେରଣା ଯୋଗାଏ ସଭିଙ୍କୁ

ମୈତ୍ରୀର ବାରତା ଦେଇ।



Rate this content
Log in

Similar oriya poem from Abstract