Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ରାମ ଜନ୍ମ

ରାମ ଜନ୍ମ

2 mins
205



ଏବେ ହୋ ଶୁଣ ଜ୍ଞାନୀ ଜନ l

ଯେ କୁଳେ ରାମ ଙ୍କ ଜନମ ll


ଖଟ୍ୱlଙ୍ଗୁ ନାମରେ ନୃପତି l

ସେ କୁଳେ ରଘୁ ଜନ୍ମ ନ୍ୟନ୍ତି ll


ତାହାର ବୀର୍ଯ୍ୟେ ଅଜ ଯାତ l

ସର୍ବ ଗୁଣରେ ସେ ବିଖ୍ୟାତ ll


ଅଜ କୁମର ଦଶରଥ l

ତା'ଘରେ ହରି ଯେ ସମ୍ଭୁତ ll


ଚୈତ୍ର ଶୁକ୍ଳ ପକ୍ଷର ଭାଗେ l

ନବମୀ ତିଥି ଯହିଁ ଲାଗେ ll


ବଶିଷ୍ଠ ଯଜ୍ଞ୍ୟ ଚରୁ ଭାଗୁ l

ତିନି ରାଣୀଙ୍କ ଗର୍ଭ ଲାଗୁ ll


କୌଶଲ୍ୟା ଉଦରୁ ଉଦୟ l

ହୋଇଲେ ପ୍ରଭୁ ରଘୁ ରାୟ ll


ସୂର୍ଯ୍ୟ ବଂଶରେ ଜନ୍ମ ନେଲେ l

ମହୀର ଭରା ଉସ୍ୱାଶିଲେ ll


ସୁମିତ୍ରା ଗର୍ଭୁ ଯେ ଭରତ l

ଶତ୍ରୁଘ୍ନ ନାମେ ପୁତ୍ର ଯାତ ll


କୈକେୟୀ ମତା ଠାରୁ ପୁଣ l

ଜନମ ହେଲେକ ଲକ୍ଷ୍ମଣ ll


ଦଶରଥଙ୍କ ଚାରି ପୁତ୍ର l

ଜନମ ଅଯୋଧ୍ୟାର କ୍ଷେତ୍ର ll


ଅପୁତ୍ର ଦୋଷ କଟିଗଲା l

ମହାରାଜା ଙ୍କ ଭାଗ୍ୟୁ ଭଲା ll


ଦେବ ହେଳନ କାର୍ଯ୍ୟ ନେଇ l

ଜନମ ମର ମହୀ ତହିଁ ll


ସେ ରାମ ଜନମ କାହାଣୀ l

ଶୁଣି ସଂସାରୁ ତର ପ୍ରଣୀ ll


ଖଣ୍ଡିବ ସକଳ କଳ୍ମଶ l

ବଢିବ ଜାଣ ଆୟୁ ଯଶ ll


ଯେ ଦିନୁ ରାମ ଜନ୍ମ ନେଲେ l

ନାମର ଗୁଣ ବିକାଶିଲେ ll


ରଘୁ ଅଂଶରେ ଜନ୍ମ ରାମ l

ଅଯୋଧ୍ୟା ହେଲା ପୁଣ୍ୟ ଧାମ ll


ରାମାନଙ୍କ ପାଇଁ ଦଶରଥ l

ଏକାଙ୍ଗନୃପ ପଦ ପ୍ରାପ୍ତ ll


ଶତ୍ରୁର ସୈନ୍ୟ କ୍ଷୟ ଗଲେ ।

ପୃଥ୍ଵୀରୁ ପାପ ନିସ୍ତାରିଲେ ।।


ପୂର୍ବ ଶlପରୁ ଦଶରଥ l

ଥିଲେଟି ଅପୁତ୍ରିକ ସତ୍ୟ ll


ଯେ କାଳେ ରାମ ଜନ୍ମ ନେଲେ l

ଦେବତା ପୁଷ୍ପ ବୃଷ୍ଟି କଲେ ll


ରାବଣ କ୍ଳେଶ ନ ସହିଣ l

ଦେବତା କରିଲେ ସ୍ମରଣ ll


ମହୀର ଭରା ଯେ ବାସୁକୀ l

ସହି ନ ପାରି ଥିଲା ଡାକି ll


ଧର୍ମର ଧ୍ୱଜା ସ୍ଥାପନରେ l

ମାନବ ଜନମ ଭୂ ଭାରେ ll


ଯୁଗକୁ ଯୁଗ ଏହି ମତେ l

ପରମାନନ୍ଦ ଏ ଜଗତେ ll


Rate this content
Log in

Similar oriya poem from Action