ରାତି
ରାତି
ରାତିଟା କାହା ପାଇଁ କେମିତି
ସମସ୍ତେ ସ୍ବପ୍ନ ଦେଖିବା ମନା
ଭୟ ଵି କରନ୍ତିନି କେହିକେହି
ବରଂ ଆରମ୍ଭ ହୁଏ ଜୀବନ ଯେମିତି
ପ୍ଲାଟଫର୍ମରେ ପଡ଼ିଥିବା ମଣିଷ
ଶୋଇପାରେ ଏମିତି
ବାସ୍ତବତା ଭିତରୁ ବାହାରି ଟିକେ ଦେଖ
ନିଚ୍ଛକ ଜୀବନ ପ୍ରତିଛବି ଆଙ୍କି ଶିଖ
ହତାଶା ଦୁଃଖ ଯନ୍ତ୍ରଣା ଜୀବାଣୁ ସବୁ
ହେବେ ପଳାୟନପନ୍ଥୀ
ତୁଳିତପ୍ତ ଗଦିରେ ନିଦ ହୁଏନା
ସ୍ବପ୍ନସବୁ ଅବାସ୍ତବ ଅଛିଣ୍ଡା ଗଣିତ
ଦିନତମାମ ଦେଖୁଥିବା ସ୍ବପ୍ନ ସବୁ
ରାତିରେ ପାଣିଫୋଟକା ବନନ୍ତି
କର୍ମବୀର କର୍ମଯୋଗୀ ଦିନରାତି ସମାନ କହନ୍ତି
କିଏ କେତେ ମନିଷୀ ଇତିହାସ ରଚନ୍ତି
କିଏ ମରିହଜିଗଲେ ହିସାବ କେହି ନରଖନ୍ତି
ଏଇ ମଧ୍ୟବିତ୍ତ ମଣିଷଗୁଡା
ପାଳାଭୂତ ବନି ପାନ୍ଥଶାଳାର କାନ୍ଥ କୁ
ଚିତ୍ରିତ ଓ ରଙ୍ଗାୟିତ କରୁଥାନ୍ତି
ପାନ୍ଥଶାଳା ହସୁଥାଏ ଇତିହାସ ସେ ନୁହେଁ
ଅବା ଖବରକାଗଜ ଟୁକୁଡାଏ
ରାତିସାରା ଖବର ଛାପୁଥାନ୍ତି
ବାମ୍ଫଉଠା ଚା କପ ସହ ଖବର କାଗଜର
ଉସ୍ମତା ସେଇମାନେ ମାପୁଥାନ୍ତି
ସାରାରାତି ତୁଚ୍ଛାଟାରେ
ଯିଏ ଅନିଦ୍ରା ହୋଇ ଅନ୍ଧକାର ମାପିଥାନ୍ତି ।