Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସାଧୁସଙ୍ଗ

ସାଧୁସଙ୍ଗ

1 min
24


ଜୀବନ ତୋହରି କର୍ମଯେ ମୋହରି

ସୃଷ୍ଟି କରି ଅଛୁ, ହେ ମୁରଲୀଧାରୀ

ଘେନ ତୁ ଭକ୍ତ ଗୁହାରି

ବ୍ରହ୍ମାଣ୍ଡ  କର୍ତ୍ତା ଶ୍ରୀହରି 

ଅନ୍ତର୍ଗତେ ନାମ,ଗୁଞ୍ଜୁ ହେ ମୁରାରୀ ।


ସାଧୁସଙ୍ଗ କରି ଜ୍ଞାନ ପ୍ରାପ୍ତ କରି

କରିବା ସମାଜେ ବିସ୍ତାର ତାହାରି

କର୍ମ ପାଇଁ ନର ଜନ୍ମ

ବୃଥା ନ କର ଜୀବନ

ସାଧୁସଙ୍ଗ ଦ୍ବାରା,ଜ୍ଞାନ ନିଅ ଭରି ।


କୃଷ୍ଣ କଳା କୀର୍ତ୍ତି କୃଷ୍ଣ ଦିବ୍ୟ ଜ୍ୟୋତି

ପ୍ରେମ ପ୍ରୀତି ଶ୍ରଦ୍ଧା  ବ୍ରହ୍ମାଣ୍ଡ ବିଭୂତି

ସାଧୁସଙ୍ଗ ଦିଏ, ଜ୍ଞାନ

ଦାରୁବ୍ରହ୍ମଙ୍କ, ବିଜ୍ଞାନ

କାଳିଆର ପ୍ରୀତି, ପୁରୀ କ୍ଷେତ୍ରେ ଭକ୍ତି ।


ଆସ ଭାଇ ଆସ କର ଶଙ୍କା ଦୂର

ସତ୍ୟ ଜ୍ଞାନ ପ୍ରାପ୍ତି କର ନିରନ୍ତର

କାଳିଆ ଭକ୍ତି ସର୍ବାଙ୍ଗ

ଧର୍ମ ପଥ ସାଧୁସଙ୍ଗ

ଦୁର୍ଲ୍ଲଭ ଜୀବନ, ପାଇ ଅଛୁ ନର ।


ଶକ୍ତି ଦିଅ ପ୍ରଭୁ ଜଗା କୃଷ୍ଣ ରାମ

ତୁହି ଶକ୍ତି ଜ୍ଞାନ ତୁହି ପରାକ୍ରମ

କାହ୍ନୁ କୃଷ୍ଣ ରାମ ନାମ

ଗୁଞ୍ଜୁ ମହା ମନ୍ତ୍ର ନାମ

ତୁହି ସୃଷ୍ଟିକର୍ତ୍ତା,ତୁହି କୃଷ୍ଣ ରାମ ।


Rate this content
Log in

Similar oriya poem from Abstract