Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ସେହି ଘର ବୈକୁଣ୍ଠ ସମାନ

ସେହି ଘର ବୈକୁଣ୍ଠ ସମାନ

1 min
254



ପିତାମାତା, ଜୀବନ୍ତ ଦେବତା ଘର ମନ୍ଦିରରେ

ସ୍ନେହ ମମତାର ଜୀବନ୍ତ ମୂରତି 

ବୈକୁଣ୍ଠରେ ଦେବ ଦେବୀଙ୍କ ଆଧିପତ୍ୟ ଯେପରି

ପରିବାରରେ ପିତାମାତା ସେମିତି

ପରିବାର ଜାହାଜକୁ ସୁରୁଖୁରରେ ଚଳାଇ 

ସନ୍ତାନଙ୍କୁ ଲକ୍ଷ୍ୟ ସ୍ଥଳ ପହଞ୍ଚାଇ

ପ୍ରତି ପରିସ୍ଥିତିର ସମ୍ମୁଖୀନ ଧୈର୍ଯ୍ୟର ସହିତ

ପାରିବାରିକ ସୁଖ ଶାନ୍ତି ପାଇଁ  

ଏକତା ସୂତ୍ରରେ ବାନ୍ଧି ସ୍ନେହ ମମତା ଡୋରୀରେ

ରହେ ସୁସମ୍ପର୍କ ଭାବ ଦିଆନିଆ

ସୁଖ ଦୁଃଖ ହସ କାନ୍ଦ ମାନ ଅଭିମାନ କଥା

ପରିବାରରେ ପ୍ରାୟ ନିତିଦିନିଆ

ଖୁସିରେ ଆନନ୍ଦ ମୁଖର ସାରା ପରିବାର

ସବୁରି ମନରେ ଖୁସିର ଝଲକ

ଦୁଃଖ ବିପଦରେ ମ୍ରିୟମାଣ ହୋଇଥାନ୍ତି ସର୍ବେ

ପ୍ରବୋଧନା ପୁଣି ଏକ କୁ ଆରେକ

ଗୁରୁଜନ ପ୍ରତି ଭକ୍ତି ଭୟ ସହ ସମ୍ମାନରେ

ବ୍ୟବହାର କଥାବାର୍ତ୍ତା ସଞ୍ଜତ ରେ

ସ୍ନେହ ମମତା ଡୋରୀରେ ଛନ୍ଦି ହୋଇ ରହିଥାନ୍ତି

ସବୁ କନିଷ୍ଠ ସଦସ୍ୟ ପରିବାରେ

ଦେବତା ଆସନରେ ବସି ପିତାମାତା ଦେଖନ୍ତି

ପ୍ରତି ସନ୍ତାନଙ୍କୁ ସମାନ ଦୃଷ୍ଟିରେ

ଅଭାବ ଅସୁବିଧା ସମୟେ ଧୈର୍ଯ୍ୟ ର ସହିତ

ସମ୍ମୁଖୀନ ସମାଧାନ କରିବାରେ

ପରଷ୍ପର ପ୍ରତି ଆନ୍ତରିକ ମନୋଭାବ ଥାଇ

ଉପଦେଶ ପରାମର୍ଶ ଓ ଉପାୟ

ନିରନ୍ତର ଭାବ ଦିଆନିଆ ମଧୁର ସମ୍ପର୍କ

ପ୍ରେମର ବନ୍ଧନ ନିହାତି ବିଧେୟ

ଯହିଁ ସତ୍ୟ ଧର୍ମ ଦୟା କ୍ଷମା କରି ଥାଏ ବାସ

ତାହା ହିଁ ବୈକୁଣ୍ଠ ସହିତ ସମାନ

ସୁଖ ଶାନ୍ତି ସ୍ନେହ ପ୍ରେମ ଥିଲେ ଘର ପରିବାର

ବୈକୁଣ୍ଠ ଠାରୁ ବି ଅଟଇ ମହାନ

ଯେଉଁ ଘରେ ସ୍ନେହ ଓ ପ୍ରେମର ବନ୍ଧନ ଅତୁଟ

ସେଇ ଘର ପ୍ରତି ଦେବ ଦେବୀଙ୍କ ଆଶିଷ

ସାଧାରଣ ଘର ବି ବୈକୁଣ୍ଠ ସମାନ ହୋଇବ

ସତ୍ୟ ଦୟା କ୍ଷମା କରେ ଯହିଁ ବାସ ।


Rate this content
Log in

Similar oriya poem from Abstract