ଶାଶ୍ବତ ପ୍ରେମର ଗୀତି
ଶାଶ୍ବତ ପ୍ରେମର ଗୀତି
ନିଜ ଶିଶୁଲାଗି ମାଆର ମମତା
ପ୍ରକୃତି ସଞ୍ଚରି ଥାଏ
ଅନାବିଳ ସ୍ନେହ ଶରଧା ସଉଧ
ସମର୍ପଣ ଗୀତି ଗାଏ
ସରୋବରେ କଇଁ ଗଗନେ ଅନାଇଁ
ଜହ୍ନ ମୁଖ ଚାହିଁ ହସେ
ପ୍ରତିଦାନେ ଶଶୀ ଜୋଚ୍ଛନା ପରଶି
ସତ୍ୟ, ପ୍ରେମରାଗେ ଭାଷେ
ସୂରୁଜ ଉଇଁଲେ ପଙ୍କଜ ବିକଶେ
କି କାଉଁରୀ ସ୍ପର୍ଶ ଲଭି
ସ୍ୱର୍ଗୀୟ ସୁନ୍ଦର ସଜ୍ଜଳ ସ୍ମୃତିର
ନୟନେ ଭାସେ ତା ଛବି
ମଳୟ ପରଶେ ପଲ୍ଲବ ହରଷେ
ପ୍ରୀତିରାଗେ ତୋଳେ ଛନ୍ଦ
ଧେନୁ ପଛେ ବତ୍ସା ମାତା କୋଳେ ଶିଶୁ
ପ୍ରକୃତି ଲଭେ ଆନନ୍ଦ
ପ୍ରେମ ଅଟେ ସତ୍ୟ ଶାଶ୍ବତ ଚିନ୍ତନ
ଚିରନ୍ତନ ଦୁନିଆରେ
ଦବାନବା ଭାବ ସର୍ବଥା ଅଭାବ
ମନେରଖ ଗୁଣୀ ବାରେ
ପ୍ରତ୍ଯାଶା ନରଖି ଚାଲୁଥିବା ସଖୀ
ମନ ନ ଛୁଇଁବ ପାପ
ଶାଶ୍ବତ ପ୍ରେମର ବିଶ୍ବ ଗନ୍ତାଘର
ଆନନ୍ଦେ ବିଭୁଙ୍କୁ ଜପ।