Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.0  

Jagannath Barik

Inspirational

ଶୀତୁଆ ରାତିର ପ୍ରିୟା

ଶୀତୁଆ ରାତିର ପ୍ରିୟା

1 min
658


ଶୀତୁଆ ରାତିର ହର ଅରାତିର ତୀର ଜାଳେ ବାଳା ଅଥିର

ନବ ଦମ୍ପତିର ପତ୍ନୀଠୁ ପତିର ବିଚ୍ଛେଦ ପ୍ରଣୟ ପ୍ରୀତିର

ଛାତିର, ବେଦନା କର୍ତ୍ତିତ କାତିର

ସାର ସମ୍ପତ୍ତିର ଘୋର ଦୁର୍ଗତିର ସମାଧାନ ଘନ ରତିର |


ସୁରସବତୀର ତନୁ ବ୍ରତତିର ମିଳନ ରସ ପ୍ରାପତିର

ଅଭାବେ ଭୂତିର ବିନଷ୍ଟ ସତୀର ସରସତା ନାହିଁ ମତିର

ପତିର, ଉଦାରତା ଦାୟୀ ଏଥିର

ଯୌବନ ଭାତିର ମଦନ ତାତିର ଉପଶମ ନାହିଁ ପୋଥିର |


ରମଣୀ ମତିର କଳନେ ପତିର ସାମର୍ଥ୍ୟ ନଥିଲେ କତିର

ସୁଗନ୍ଧବତୀର ରୂପ ନଈ ତୀର କାମ ସ୍ରୋତ ଖର ଗତିର

ଶକ୍ତିର, ପଟାନ୍ତର ନାହିଁ କ୍ଷିତିର

ଲଘେଁ ବେନି ତୀର କରାଏ ଅସ୍ଥିର ରୂପ ପ୍ରଳୟାଧିପତିର |


ଜମ୍ଭନାବତୀର ପ୍ରେମ ଆଳତିର ଅଭାବେ ବିଲୁପ୍ତ ବିତ୍ତିର

ପର ପୀରତିର ଆଶ୍ରା କରେ ସ୍ଥିର କଳଙ୍କ ଟୀକା ଏ ସତୀର

ପୂର୍ତ୍ତିର, ସାଧନ ଆଦିମ ବୃତ୍ତିର

ଉତ୍ତମ ପତିର ଯଶ ପ୍ରଶସ୍ତିର ପୌରୁଷ ନାରୀ ତୃପତିର |



Rate this content
Log in

Similar oriya poem from Inspirational