Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Das

Children Stories

3  

Basanti Das

Children Stories

ଶିଶୁ କବିତା

ଶିଶୁ କବିତା

1 min
175



ଉଠ କୁନାଟୁନି     ରାତି ପାହିଲାଣି

      ଚାଲେ କାଉ ରାବିଲେଣି

ଶିବ ମନ୍ଦିରରେ    ଘଣ୍ଠ କାହାଳିରେ

      ଉଛୁଳିତ ପଡ଼ିଲାଣି    ।ଠା

ସୁନା ଆଇପରା     ଧୂପଦୀପ ନେଇ

       ସଜାଇ ରଖିଛି ତୋ ପାଇଁ

ସହଳ ସହଳ      ଗାଧଇ ସାରିଣ

      ମନ୍ଦିରରେ ଆସ ଥୋଇ

ଡେରି କଲେ ପରା     ପୂଜା ସରିଯିବ

      ପୂଜକ ଯିବେ ପଳାଇ

ନିଜ ନିତ୍ୟ କର୍ମ      ସାରିଦେଇ ତୁମେ

      ଦର୍ଶନ କର ଉମା ସାଇଁ

କାର୍ତ୍ତିକ ମାସରେ     ଦେବଦର୍ଶନରେ

      ପାପ ଯାଏ ପରା ଧୋଇ

ବାଲ୍ୟ କାଳୁ ଯେଉଁ    ଧନ ଧର୍ମ ସଞ୍ଚେ

      ଦୁଃଖତା ର ରହିବ ନାହିଁ

ପିତା ମାତା ଗୁରୁ      ସେବା ଯେ କରିବ

      ସିଂସାରରେ ଧନ୍ୟ ସେହି

ଦେଶ ଯାତି ପାଇଁ    ପ୍ରାଣବଳି ଦେଲେ

      ତାଜସ ଘୋଷିବ ମହି ।

       



                 


Rate this content
Log in