Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Inspirational

3  

Henarani Senapati

Inspirational

ଶ୍ରୀ ହରି

ଶ୍ରୀ ହରି

1 min
131


ପଶ୍ଚିମ ଆକାଶେ ଅସ୍ତଗାମୀ ସୂର୍ଯ୍ୟ

ଗୋଧୂଳି ଲଗନ ଧୂପ ।

ରଞ୍ଜିତ ପୂର୍ଣ୍ଣ ଅସ୍ତରବି ଆଭା

ତେଜ ହରା ଭାନୁ ତାପ ।।


କେତକୀ ଫୁଲର ସୁମଧୁର ବାସ୍ନା

ଭାସିଆସେ ମଳୟରେ ।

ଘଣ୍ଟ ଘଣ୍ଟା ଶବ୍ଦ ଦୂରୁ ଶୁଭୁଚି ଲୋ

ଆମ ଗାଁ ଦେବାଳୟରେ ।।


ମନ ମୋର ହୁଏ ଆବେଗ ସମ୍ପୂର୍ଣ୍ଣା

ଦେବା ଦେବୀ ଦର୍ଶନରେ ।

ମନେହୁଏ ଆଜି ମନ୍ଦିର ରଞ୍ଜିତ

କରିଛନ୍ତି କେ ଭକ୍ତିରେ ।।


ମନରେ ଆବୃତ୍ତି ଭଗବାନ ନୀତି

କରେ ମୁହିଁ ଅହ ନିଶି ।

ଅତି ନିଷ୍ଠାପର ଭକ୍ତିରେ ଅତୁଟ

ଉଚ୍ଛ୍ୱସିତ ଦୁଃଖ ରାଶି ।।


ଖୁସିର ମହ୍ଲାର ବିଛାଡି ଦିଅନ୍ତି

ବିଜୁଳି ବେଗରେ ନିତ୍ୟ ।

କଅଁଳ ବଚନେ ମନ ପ୍ରାଣ ତୋଳି

ଅର୍ପଣ କରନ୍ତି ସତ୍ୟ ।।


ସ୍ପନ୍ଦନ ସ୍ପର୍ଶିତ ଭକ୍ତିର ସାଗର

ଭକ୍ତ ବତ୍ସଳ ଶ୍ରୀ ହରି ।

ତାଙ୍କ ଶ୍ରୀ ଚରଣେ ଭକ୍ତି ଅର୍ଘ୍ୟ ଥାଳି

ନିତ୍ୟ ସମର୍ପଣ କରି ।।


ସବୁଜ ତୁଳସୀ ପାଟୁଙ୍ଗାରେ ବାନ୍ଧି

ହୃଦୟରେ ଦ୍ୟନ୍ତି ପିନ୍ଧି ।

ଅତି ଆଦରରେ ମାଳତୀ ଫୁଲର

ମହକେ ହୁଅନ୍ତି ବାନ୍ଧି ।।


ଭକ୍ତ ବତ୍ସଳ ସେ ଭକତିରେ ବନ୍ଧା

ଭକ୍ତିରେ ପ୍ରସନ୍ନ ସତ ।

ମନର ଭକ୍ତିରେ ଅର୍ପଣ କରୁଛି

ଶତାଧିକ ପ୍ରଣିପାତ ।।



Rate this content
Log in

Similar oriya poem from Inspirational