ସ୍ମୃତି କେବେ ଫେରେ
ସ୍ମୃତି କେବେ ଫେରେ
ସ୍ମୃତି କେବେ ଫେରେ ଶୀତ ସକାଳରେ
ହୋଇ ଶୁଖିଲା ପତର
ମୋ ଆଖି କୋଣରୁ କେବେ ଝରି ପଡ଼େ
ତୋ ସ୍ମୃତି ଭିଜା ଶିଶିର (୧)
କେବେ ସେ ଫୁଲେଇ କେବେ ସେ ଗେଲେଇ
ହସି ହସି ନାଚୁଥାଏ
ଆଉ କେବେ ଫୁଣି ମୁଁହଟା ଫୁଲେଇ
ସକ ସକ କାନ୍ଦୁ ଥାଏ (୨)
ସ୍ମୃତି କେବେ ଫେରେ ବରଷାରେ ଭିଜି
ଆଖି ତାର ଓଦା କରି
ଆଉ କେବେ ଫେରେ ଉଦାସ ରାତିରେ
ଜହ୍ନ ସାଥେ ଡରି ଡରି (୩)