Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Fantasy

4.0  

Kananbala Das

Fantasy

ସ୍ମୃତିର କୃଷ୍ଣ ଚୂଡ଼ା(ବିଚ୍ଛେଦ)

ସ୍ମୃତିର କୃଷ୍ଣ ଚୂଡ଼ା(ବିଚ୍ଛେଦ)

1 min
171



ଅଚାନକ ତୁମସହ ଦେଖାହେଲା ପରେ--

ସ୍ମୃତି ସବୁ ଝରିଗଲେ ମନ ଅଗଣାରେ----


ହଁ ଏବେ ଭାବୁଛି------

   ବାନ୍ଧି ପାରିଥାଆନ୍ତି କି ସେ ଉଜାଣି ସମୟ କୁ ??

   ଫେରି ଯାଆନ୍ତି କି ସେ ହଜିଲା ପୃଷ୍ଠା କୁ??


ସମୟ ସୁଅ ରେ ଯେଉଁଠି ହଜିଯାଇଛି------

   ଜୀବନର ଅଧାଲେଖା ଗଳ୍ପ ଅତୀତର

   ଛାଡିଯାଇଛି ଅଲିଭା ସ୍ମୃତି ହସ୍ତାକ୍ଷର-----


କାହିଁକି କେଜାଣି-------

 ମୂର୍ଛିତ ଆବେଗରେ ନିରବ ବିଜନେ,

 ମନେପଡ ତୁମେ ମୋ ଅଳସୀ ଜୀବନେ----


ଆବେଗର---- 

ସାକ୍ଷୀ ତ ସେଇ କୃଷ୍ଣଚୂଡ଼ା----ଅତୀତକାହାଣୀ ହୋଇ,

ଏବେ ବି ଝଡେ ଥପ୍ ଥପ୍----ନାଲିପାଖୁଡା ବିଛେଇ,


ପ୍ରତିକ୍ଷାର ଗବାକ୍ଷରେ------

କୃଷ୍ଣଚୂଡ଼ା ର ଲାଜଲାଜ ରଙ୍ଗୀନ ରୋଷଣୀ,

ମୋ ଆଖିରେ ଲଜ୍ଜାନତ ନମ୍ର ଚାହାଣୀ

ତୁମ ଓଠ ଧାରେ ଥାଏ କେତେଯେ କାହାଣୀ,

ବୁଝି ବି ଅବୁଝା ହୁଏ କାହିଁକି କେଜାଣି???


ଅସହାୟ ଲାଗେ-------

     ସେଇ ସ୍ୱପ୍ନିଳ ଉପତ୍ୟକା

     ଆଉ ସ୍ବପ୍ନଭରା ନିଦୁଆ ଆଖିର ଭାଷା,--------

     ଛନ୍ଦାୟିତ ଅନୁଶୋଚନା,

     ଅନ୍ତହୀନ ପ୍ରତିକ୍ଷାର ପ୍ରୀତି ପରିଭାଷା-------


ଭିଜା ଭିଜା ଆଖିର ଲୁହରେ-------

    ପଢିହୁଏ ନାହିଁ ସିନା ନିରୋଳା ଫର୍ଦ୍ଦ ର ଲେଖା------

    ଆଙ୍କି ହୋଇଯାଏ କିନ୍ତୁ ସ୍ମୃତି ଚିତ୍ରଲେଖା-----


ତଫାତ ଏତିକି-----

ସେଦିନ କୃଷ୍ଣଚୂଡ଼ା ହସୁଥିଲା ଗାଢ୍ ରଙ୍ଗେ----

        ଚିତ୍ରଲେଖା ଓଠେ----

ଆଜିବି ହସୁଛି ଫିକା ଫିକା ରଙ୍ଗ ଭରି----

         ସମୟ ର ସାଥେ----


ତଥାପି-----

   

ମନ ଆଇନା ରେ ଲାଗିଯାଅ----ଛବିଟିଏ ହୋଇ

      ହେଉ ପଛେ ସୀମିତ ସମୟ,

  ଅଲେଖା କାଗଜପୃଷ୍ଠାରେ----ଶବ୍ଦଲିପି ହୋଇ

         ଭରିଦିଅ ପ୍ରୀତିର ପ୍ରତ୍ୟୟ.


          


Rate this content
Log in

Similar oriya poem from Fantasy