Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

2 mins
334


     


ସମୟ ବଡ଼ ବଳବାନ......

ଯଦିଓ ତା' ପାଖରେ ସଭିଏଁ ସମାନ

ଧନୀ ମାନୀ ଜ୍ଞାନୀ ହେଉ ଅବା ଅଜ୍ଞାନ

କି ଗରିବ ଦୁଃସ୍ଥ ଅସହାୟ ଦୀନ ଅକିଞ୍ଚନ 

ସମସ୍ତେ ହୋଇଥାନ୍ତି ତାର ଅଧିନ,

ତା' ପାଶେ ସଭିଏଁ ଦାସ ତା' ଆଜ୍ଞା କରନ୍ତି ପାଳନ 

ସମସ୍ତଙ୍କୁ କରେ ସେ ନିରପେକ୍ଷ ଭାବେ ନିୟନ୍ତ୍ରଣ 

ସମୟର ସଠିକ ବିନିଯୋଗେ ବଡ଼ରୁ ସାନ

ଗଢ଼ିଥାନ୍ତି ନିଜ ନିଜର ସୁନ୍ଦର ଜୀବନ।

ସେ ଆଣି ଦିଏ ସୁବିଧା ସୁଯୋଗ

ଆବଶ୍ୟକତା ନେଇ କରିବାକୁ ହୁଏ ଉପଯୋଗ

ହୃଦୟରେ ଥିଲେ ଅଶେଷ ଅନୁରାଗ,

ଆସେ ସଦିଚ୍ଛା ବଢ଼େ ଆଗ୍ରହ ହୁଏ ତାର ସଂଯୋଗ 

ଅନୁସରଣରେ ତାର ଆସେ ସୌଭାଗ୍ୟ

ସୁଖ ଶାନ୍ତିରେ ଜୀବନ କରି ହୁଏ ଉପଭୋଗ।

ପ୍ରତିଟି ମୁହୂର୍ତ୍ତ ଅଟଇ ବହୁତ ମୂଲ୍ୟବାନ

ଅନନ୍ୟ ତାର ଅବଦାନ ଯୋଗାଇ ଥାଏ ଇନ୍ଧନ,

କରେ ଯିଏ ଅବହେଳାରେ ତାକୁ ପ୍ରତ୍ୟାଖ୍ୟାନ

ପୂରଣ ହୁଏ ନାହିଁ ତାର ଆଶା ଆକାଂକ୍ଷା ସ୍ଵପ୍ନ।

ସମୟ ବଡ଼ ବଳବାନ......

ଅବିରାମ ତା' କଣ୍ଟାର ଶବଦ ଟିକ୍ ଟିକ୍

କହୁଥାଏ ପାଦ ମିଳାଇ ଆଗକୁ ଚାଲ ଠିକ୍ ଠିକ୍,

ସାଇତି ସଜାଇ ରଖ ସବୁ ଟିକ୍ ନିଖ୍

ତା' ରଙ୍ଗରେ ରଙ୍ଗୀନ ଜୀବନ କରିବ ଚିକ୍ ଚିକ୍।

ଆଳସ୍ୟତାରେ ମଣି ହେୟ କଲେ ଅବହେଳା 

ଭବ ସାଗରରେ ବୁଡ଼ିଯାଏ ତାର ଭରସାର ଭେଳା,

ଧାରାବାହିକ କ୍ରମରେ ଲାଗିଛି ସଂସାରର ଲୀଳା

ପ୍ରକୃତିର ନିୟମ ମାନି ରଖିବାକୁ ହୁଏ ଶୃଙ୍ଖଳା। 

ଗର୍ବ ଅହଙ୍କାରରେ ଦେଖାଏ ଯିଏ ବଳ

ଅନୁକୂଳ ପରିସ୍ଥିତି ବିଗିଡ଼ି ଆସେ ପ୍ରତିକୂଳ

ନିଜ ସ୍ଵାର୍ଥ ପାଇଁ ଅନ୍ୟର କ୍ଷତିରେ ହୁଏ ତାର ଅମଙ୍ଗଳ,

ଆଜିର ସମୟ କାଲିକୁ ବଦଳି ହୁଏ ତାର କାଳ

କ୍ରିୟାର ପ୍ରତିକ୍ରିୟାରେ ମିଳେ ସୁଫଳ ଅବା କୁଫଳ।

ସମୟ ସହିତ ଲଗାଇ ବାଜି ପାରେନା କେହି ଜିତି,

ହୁଏ ନାହିଁ ରୋକି ବଳବାନ ସମୟର ଗତି।  

ସଦୟ ହୋଇ କରେ ଯିଏ ଉଚିତ ବିଧାନ,

ହୁଏ ସେ ଜୟଯୁକ୍ତ କରେ ଯଶ କୀର୍ତ୍ତି ଅର୍ଜନ। 

ସମୟ ବଡ଼ ବଳବାନ......

କର୍ମ କରି ଦେବାକୁ ହୁଏ ତାର ପ୍ରତିଦାନ

ସଫଳତା ପରେ ସଫଳତା କରେ ଯିଏ ଅର୍ଜନ

ଏ ସଂସାରରେ ହୁଏ ସେ ମହତ ମାନ୍ୟଗଣ୍ୟ

କରେ ଯିଏ ହିଂସା ଆଚରଣ ହରାଇ ସତ୍ୟ ଜ୍ଞାନ,

ସାମୟିକ କାହାକୁ ଠକି ହୁଏ ବେଇମାନ

ଅନ୍ୟମାନେ କରନ୍ତି ଘୃଣା ପାଏ ସେ ନିନ୍ଦା ଅପମାନ

ଯାଏ ତାର ଇଜ୍ଜତ ମହତ ମାନ ସମ୍ମାନ।

ସତ୍କର୍ମରେ ପାଏ ସୁଫଳ ଭବିଷ୍ୟତକୁ ରଖେ ଧ୍ୟାନ 

ସମୟ ସମସ୍ତଙ୍କୁ ଉଦ୍ବୋଧନ ଦେଇ କରେ ଆହ୍ବାନ,

ଜୀବନ ସଂଗ୍ରାମରେ ରତ ରହେ ଯେଉଁ ଜନ

ପ୍ରତିଭାର ବିକାଶ କରି ପାଏ ଉଚ୍ଚ ସ୍ଥାନ 

ସାର୍ଥକ ହୁଏ ତାର ମାନବ ଜୀବନ।

ସମୟ ବଡ଼ ବଳବାନ.....।।


Rate this content
Log in

Similar oriya poem from Abstract