Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance

3  

Satyabati Swain

Romance

ସୁନା ଆତ

ସୁନା ଆତ

1 min
348


ଅକ୍ଷମ ମୋ ବୁଝିବା ସାମର୍ଥ୍ୟ ତୁମକୁ

ତୁମର ତୀବ୍ର ପ୍ରେମ କରିବା ଆଗେ

 ମାପି ନ ପାରେ ପ୍ରେମର ଗଭିରତା ।


ତୁମେ ଶବ୍ଦ ବସାଣର ଚାତୁର୍ଯ୍ୟ

ତୁମର ଭାଷା କୋଣାର୍କ କାନ୍ଥର ଚିତ୍ର ପରି ।


ତୁମ ଅଭିମାନ

ନୀରବତାରେ ଆରମ୍ଭ ହୋଇ

ସରେ ବିଚ୍ଛେଦରେ ।


ଜହ୍ନ ରାତିକୁ ସେତେବେଳେ ମାଗେ

ରତିଏ ଜୋଛନା

ଲୁଚେଇ ଦେଲା ବାଦଲ୍

ଅମା ରାତିଠୁ

ଅନ୍ଧାର ଟିକେ ଚାହିଁଲି ଯେ

ସେ କଞ୍ଜୁସ ହୋଇ ମୁହଁ ମୋଡିଲା ।


ସକାଳକୁ କହିଲି

ଦେ ଟିକେ କର୍ମ ଚଞ୍ଚଳତା 

ସେ ଘୋଡ଼ି ପୋଡି ହୋଇ

ଘୁଙ୍ଗୁଡ଼ି ମାଇଲା ।


ସନ୍ଧ୍ୟା ଲୋ ଟିକେ ପାଇବାକୁ

ଧୂପ ଆଳତି ବାସ୍ନାର କାଣିଚାଏ

ଇଚ୍ଛା ମୋର

କିନ୍ତୁ ସବୁ ଧୂପ ହଠାତ୍ 

ଲିଭିଗଲେ ଜୋର୍ ପବନରେ ।


ବୁଝିଲି ଯେତିକି ତୁମକୁ

ଭିଜିଲି ସେତିକି ତୁମ ପ୍ରେମରେ

ତୁମେ ଅସରନ୍ତି କାହାଣୀଟିଏ

ଦୁଷ୍ପ୍ରାପ୍ୟ

ସୁନା ଆତ ମୋ ପାଇଁ ।


Rate this content
Log in

Similar oriya poem from Romance