Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ତୁମରି ନାଆଁରେ ସକାଳ ଆରମ୍ଭ

ତୁମରି ନାଆଁରେ ସକାଳ ଆରମ୍ଭ

1 min
11


ତୁମରି ନାଆଁରେ ସକାଳ ଆରମ୍ଭ

        ତୁମରି ନାଆଁରେ ହୁଏ ଶୁଭ ଲାଭ,

ହେ ଜଗନ୍ନାଥ ହେ ପ୍ରଭୁ ଜଗନ୍ନାଥ

       ତୁମରି ନାଆଁରେ ସକାଳ ଆରମ୍ଭ ।

ଭବରେ ଭାବରେ ଦେଖାଅ ସୁପଥ,

       ତୁମ ନିର୍ଦ୍ଦେଶେ ଚାଲେ ଶରୀର ରଥ,

ତୁମରି ଚରଣେ ତ ସକଳ ତୀର୍ଥ

      ପୂରଣ କରାଅ ବାରେ ମନୋରଥ ।

ହେ ଜଗନ୍ନାଥ ହେ ପ୍ରଭୁ ଜଗନ୍ନାଥ

      ତୁମରି ନାଆଁରେ ସକାଳ ଆରମ୍ଭ

ଚଳାଅ ସତ୍ୟ ପଥେ ନ ଆସୁ ଲୋଭ

     ମିଛ ମାୟାରେ ପଡ଼ି ନକରେ କ୍ଷୋଭ,

ତୁମ କୃପା ବିନା ହୁଏଁ ମୁଁ ନିଷ୍ପ୍ରଭ

     ତୁମେ ହିଁ ତ ବିଭୁ ସର୍ବମୟ ପ୍ରଭୋ । 

ହେ ଜଗନ୍ନାଥ ହେ ପ୍ରଭୁ ଜଗନ୍ନାଥ

        ତୁମରି ନାଆଁରେ ସକାଳ ଆରମ୍ଭ

ତୁମେ ହିଁ ଜୀବନ ପ୍ରଦୀପେ ଆଲୋକ 

       ତୁମେ ପଥ ପ୍ରଦର୍ଶକ ମୋ ରକ୍ଷକ,

ମନର ସୁମନେ ଛୁଟାଅ ମହକ

       ତୁମ ଲାଗି ହସେ ସାରା ମୂଲକ ।

ହେ ଜଗନ୍ନାଥ ହେ ପ୍ରଭୁ ଜଗନ୍ନାଥ

       ତୁମରି ନାଆଁରେ ସକାଳ ଆରମ୍ଭ

ମନେ ପ୍ରାଣେ ଭରିଦିଅ ଆଶା ଭାଷା

         ରହିଥାଉ ସଦା ବିଶ୍ଵାସ ଭରସା,

ସାହା ହୁଅ ପ୍ରଭୁ ଘୁଞ୍ଚୁ ମୋ ଦୁର୍ଦ୍ଦଶା

    ମୋ ହୃଦୟରେ ରହୁ ସତ୍ୟ ଅହିଂସା ।

ହେ ଜଗନ୍ନାଥ ହେ ପ୍ରଭୁ ଜଗନ୍ନାଥ

       ତୁମରି ନାଆଁରେ ସକାଳ ଆରମ୍ଭ ।


Rate this content
Log in

Similar oriya poem from Drama