Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Children Stories Classics Inspirational

4  

Dr. Rajib Lochan Panigrahy

Children Stories Classics Inspirational

ଉତ୍କଳମଣୀ ହେ ଫେରି ଆସ ଥରେ

ଉତ୍କଳମଣୀ ହେ ଫେରି ଆସ ଥରେ

1 min
216


କାନ୍ଦୁଛି ଉତ୍କଳ ତୁମ କଥା ଝୁରି

ହେ ଉତ୍କଳମଣୀ ଆସ ଥରେ ଫେରି

ଉତ୍କଳ ର ମଣି ଉପାଧି ଧାରଣ କରି

ଓଡ଼ିଆ ହୃଦୟେ ରହିଅଛ ଭରି

ଏ ଉତ୍କଳ ମାଟି ଝୁରୁଛି ତୁମକୁ

ଅଭାବ କଷଣ ରହିଛି ଅନେକ

ଦେଶ ସ୍ୱାଧୀନରେ ତୁମ ଅଙ୍ଗିକାର

ସଂଗ୍ରାମୀ ପୃଷ୍ଠାରେ ମଣ୍ଡିଛି ଅପାର

ଓଡିଶା ରାଇଜ ଗଢିବା ର ପାଈଁ 

ବହୁ ଆନ୍ଦୋଳନ କରିଅଛ ସାଇଁ 

ଭାଷା ଆନ୍ଦୋଳନ ତୁମଠୁ ଆରମ୍ଭ

ଅଦ୍ୟାବଧି ତାହା ଚାଲେ ଅବିରତ

ଶିଳ୍ପାୟନ ପାଈଁ ପଣ କରିଥିଲ

ଉତ୍କଳ ନାମକୁ ବିଖ୍ୟାତ କଲ

ଶିକ୍ଷା ବ୍ୟବସ୍ଥାରେ ଓଡିଶା ଉତ୍କୃଷ୍ଟ

ଗଢିଥିଲ ତୁମେ ବନ ବିଦ୍ୟାଳୟ

ବିପର୍ଯ୍ୟୟ ହେଲେ ଭାରି ମନେପଡ଼

ସେବାମୂର୍ତ୍ତି ଗୋପବନ୍ଧୁ ଯେ ଆସିବେ

ଦେଶ ଶାସନରେ ବ୍ୟବସ୍ଥା କରିବା

ପାଇଁକି ତୁମେ ଇଂରେଜ ସାଥିରେ

ଏହି ରାଜ୍ୟ ଏବେ ଝୁରୁଛି ତୁମକୁ

ସଂସ୍କାର ପାଇଁକି ଥରେ ଆସଏ ଧରାକୁ

ହେ ଉତ୍କଳମଣି ଆସ ଥରେ ଫେରି

କାନ୍ଦୁଛି ଉତ୍କଳ ତୁମ କଥା ଝୁରି |



Rate this content
Log in