Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Romance

4  

Bidyadhar Mantry

Romance

ଯାହା ଲୁଚି ଅଛି

ଯାହା ଲୁଚି ଅଛି

1 min
14



ପିଲାଦିନ ବନ୍ଧୁ ଭାବ ଦିଆନିଆ

ମନରେ ଅଛି ରହିବ

କେତେ କେତେ କଥା ସ୍ମୃତି ହୋଇ ଅଛି

ଭୁଲିବା ବି ଅସମ୍ଭବ

ମନ ଖୋଲି କହିଥିଲି ସବୁକଥା

ଖୁସି ଥିଲା ସେ ସମୟ

ଜୀବନରେ ଗତିପଥ ବଦଳାଇ

ନିଜେ ଆଜି ଅସହାୟ

ହାତରେ ହାତ ମିଶାଇ ପରଷ୍ପର

ଯେବେ ବାଟ ଚାଲୁ ଥିଲେ

ଆମ ସମ୍ପର୍କର ଚର୍ଚ୍ଚା ହେଉଥିଲା

ଦୁହିଁଙ୍କୁ ପାଖେ ଦେଖିଲେ

ସକାଳର ନିଦ ଭାଙ୍ଗିଗଲା ପରେ

ଦେଖିବାକୁ ତୁମ ଛବି

ହୃଦୟର ଆବେଗତା ବଢୁଥିଲା

କେମିତି ଶୀଘ୍ର ଦେଖିବି

କିଛି କଥା ବାର୍ତ୍ତା ହେଉ ବା ନ ହେଉ

ଦେଖାହେଲେ ମନ ଶାନ୍ତ 

ସକାଳ ଆରମ୍ଭ ସେହି ଶାନ୍ତି ସହ

ଦିନ ସାରା ଚିନ୍ତା ମୁକ୍ତ


ଅଚାନକ ଝଡ ସୃଷ୍ଟି ହେଲା ପରି

ସମ୍ପର୍କରେ ହେଲା ଫାଟ

କିଛି ବୁଝିବା ଆଗରୁ କହି ଥିଲ

ଆଉ ଚାହଁ ନାହିଁ ବାଟ

ଡେରି ହେଲେ ସୁଦ୍ଧା ବୁଝି ହୋଇଗଲା

ତୁମର ନୂଆ ଠିକଣା

ଚାଲିଯିବ ଆଉ ଅଳ୍ପ ଦିନ ପରେ

ଜାଣିବା ପାଇଁ ଅଜଣା

ଅଜଣା କୁ ଆପଣେଇ ନେଇ ଥିଲ

ଜଣା ମୁଁ ହେଲି ଅଜଣା

ତୁମ ଜଣା ଶୁଣା ତୁମ ପରି ଚାଲି

ପାଇଛି ଏକ ଅଜଣା


ଅଜଣା କୁ ଜାଣି ଜାଣି ଆପଣେଇ

ନିଜକୁ ନିଜେ ଅଜଣା

ଅଜଣା ରହସ୍ୟ ରହିଛି ଅଜଣା

ବୁଦ୍ଧି ହୁଏ ବାଟବଣା

ପିଲାଦିନୁ ଜଣାଶୁଣା ଥିଲା ଯିଏ

ଯେବେ ହୋଇଛି ଅଜଣା

ଅଜଣା ସହିତ ଜାଣି ହେଉ ନାହିଁ

ନିଜେ ନା ସିଏ ଅଜଣା!

ଯେହେତୁ କିଛି ଲୁଚାଇନି ତୁମକୁ

ଖୋଲାଖୋଲି ପିଲା ବେଳୁ

କହି ଏହି ଜଣା ଅଜଣା ରହସ୍ୟ

କିଛି ଆଶ୍ଵସନା ମିଳୁ ।




Rate this content
Log in