Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଯେମିତି ଭାବନା

ଯେମିତି ଭାବନା

1 min
126



ଯେମିତି ଭାବନା ଯେମିତି କାମନା

       ସେମିତିକା ପ୍ରାପ୍ତ ହୁଏ

ଶତ୍ରୁ ଭାବେ ତାଙ୍କୁ ଆଶା ରଖୁଥିଲେ

       ଶତ୍ରୁପଣ ଉଭା ଥାଏ।

କାଳିଆଙ୍କୁ ଯଦି ମିତ୍ର ପରି ଚାହଁ

       ମିତ୍ର ପ୍ରାପ୍ତି ହୋଇଥାଏ

ସାଧକ ପରିକା ଚାହୁଁଥିଲେ ତାଙ୍କୁ

       ସିଦ୍ଧ ଭାବେ ପ୍ରାପ୍ତ ହୁଏ।

ସିଦ୍ଧ ଭାବନାରେ ଯା'ର ମନ ବୁଡେ 

       ସାଧକ ଭାବରେ ଠିଆ

ଗୁରୁର ଚିନ୍ତନ ଶିଷ୍ୟ କରିଥାଏ

       ଏହା କାଳିଆ କିମିଆ।

ଯେଉଁ ଭକତର ଅନ୍ୟ ଗତି ନାହିଁ

       ସେ ପାଏ ଶରଣାଗତି 

ସେହି ପ୍ରଭୁ ଆମ କାଳିଆ ସାଆନ୍ତ

        ତାଙ୍କ ପାଦେ ଦେବା ମତି।



Rate this content
Log in