Akshayakumar Dash

Tragedy Others

2  

Akshayakumar Dash

Tragedy Others

ଅମାମାସ୍ୟା

ଅମାମାସ୍ୟା

2 mins
487


ଇଟାଲୀ ସହର। ସାରା ସହର ମଲା ମୁର୍ଦାର ପରି ଶୋଇପଡିଛି। କୁଆକୋଇଲି ଦେଖାଜିବା ବିବର୍ଜିତ। ପଞ୍ଚତଲା ବିଶିଷ୍ଟ ପ୍ରସାଦ ଭିତରେ ପ୍ରାଏ ହଜାରେ ଲୋକ ପରିବାର ଧରି ରୁହନ୍ତି। ସମ୍ଭ୍ରାନ୍ତ ଲୋକମାନେ ଏହି ପଂଚ ତାରକା ପ୍ରସାଦ ରେ ରହିଆସୁଥିଲେ କେତେବର୍ଷ ଧରି। ସମସ୍ତେ ବ୍ୟସ୍ତ ରହନ୍ତି ନିଜ ନିଜ କାର୍ଯ୍ୟରେ।କିଏ ବ୍ୟବସାୟ କରନ୍ତି ବା କିଏ ସରକାରୀ ଚାକିରି ଆଉକିଛି ଭାରତୀୟ ଲୋକେ କମ୍ପାନୀର ସଫ୍ଟୱେର କର୍ମଚାରୀ। କୋବିଡ଼19 ସଂକ୍ରମଣ ଦୃଷ୍ଟିରୁ ସହରକୁ ଲକଡାଉନ କରାଯାଇଛି। ଯାତାୟତ ସୁନସାନ।

ଘରେ ବସିବସି ବୋର ହେଲେଣି ସୁଶାନ୍ତ। ଜଣେ ଭାରତୀୟ ଯୁବକ। ଟିସିଏସ କମ୍ପାନୀ ବନ୍ଦ ରହିଛି। ସୁଶାନ୍ତ ଟିଭି ଦେଖି ଓଡ଼ିଶାର ପରିସ୍ତିତି ଅନୁଧ୍ୟାନ ଦେଇ ତାଙ୍କ ପରିବାର ଲୋକେ ହନ୍ତସନ୍ତ ହେଉଛନ୍ତି । ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଲକଡାଉନ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କୁ। ସୁୁଶାନ୍ତ ଚାଦର ପକେଇ ଦେହରେ ନିଜ କବାଟ ଖୋଲି ଗୋଟିଏ ଗୋଟିଏ ସନ୍ତର୍ପଣ ରେ ପାଦ ପକେଇ ଯାଇ ପହଁଚିଲେ ସବା ଉପର ବାଲକୋନୀ ଠାରେ। ଇଟାଲୀ ସହର ବାହାରକୁ ନଜର ପକେଇ ଫେରିଆସି ବସିଗଲେ ଉପରେ ସିମେଣ୍ଟ ତିଆରି ଚେୟାର ଉପରେ ।ଭୟ ଓ ଆଶଙ୍କାରେ ଥାନ୍ତ। ବାହାରକୁ ବାହାରି ଯିବା ମନା। ସାମାଜିକ ଦୂରତ୍ୱ କୁ ପାଳନ କରିବା ଏକମାତ୍ର ଉପାୟ। ଜଣେ କିଏ ଉପରକୁ ଆସିବାର ପଦଶବ୍ଦ ଶୁଣିବାକୁ ପାଇଲେ ।

ଜଣେ ମହିଳା ଆସି କିଛି ଦୂର ଛାଡି ବସିଲେ। ଏହିସମୟରେ ଗୋଟିଏ ଆମ୍ବୁଲାନ୍ସ ର ଶବ୍ଦ ଶୁଭିଲା। ସେଥିରୁ ପୋଲିସ କର୍ମଚାରୀ ବାହାରି ପ୍ରସାଦ ଭିତରକୁ ଆସିଲେ। ମହିଳା ଜଣଙ୍କ ଭୋଭୋ ହୋଇ କାନ୍ଦି କାନ୍ଦି ନିଜ ହାତରେ ଲୁହ ପୋଛୁଥିଲେ। ସୁଶାନ୍ତ ଧିରେ ଧିରେ ତଳୁ ନଜର ଫେରେଇ ମହିଳାଙ୍କୁ ପଚାରିଲେ। ଆପଣ କାନ୍ଦିବାର କାରଣ କ'ଣ ବୋଲି । ମହିଳା ଜଣକ କହିଲେ ମୋର ସ୍ୱାମୀ ଓ ପୁଅଝିଅ ତିନିଜଣ ଅନ୍ୟ ସ୍ଥାନରେ ଇଟାଲୀର ହଜାର କିଲୋମିଟର ଏକ ସହରରେ ରହୁଥିଲେ। ସ୍ୱାମୀଙ୍କର ଏକ ଫାକ୍ଟ୍ରି ତ ସେ ସେଠାରେ ରହୁଥିଲେ ।ପିଲାମାନେ ତାଙ୍କ ପାଖରେ ରହି ପଢୁଥିଲେ। ଲକଡାଉନ ଘୋଷଣା ହେବାରୁ ତିନିଜଣ ଫେରୁଥିଲେ ଏଠାକୁ । ବାଟରେ ପୋଲିସ ଅଟକାଇ କରିଡର ପଠେଇଲା। ସେଠାରେ ତିନିଜଣଙ୍କର ପଜେଟିଭି ବାହାରିଲା। ତିନିଜଣ ମୂର୍ତ୍ତ ବରଣ କରିଗଲେ। ସୁୁଶାନ୍ତ ଶୁଣି , ନିଜକୁୁ ଦୁଃଖିତ ମନେେକଲେ। 


Rate this content
Log in

Similar oriya story from Tragedy